କେନ୍ଦ୍ରାପଡ଼ା : ସ୍କୁଲ ଡ୍ରେସ ବିଲ୍ କରାଇଦେବାକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଆକାଉଣ୍ଟାଣ୍ଟ ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଏମ ଡି ଫିରୋଜ ଖାଁ ସ୍କୁଲ ଡ୍ରେସ ବିଲ୍ କରାଇଦେବାକୁ ଲାଞ୍ଚ ନେଉଥିବାବେଳେ ଧରାପଡି ଗିରଫ ହୋଇଛନ୍ତି।
ସୂଚନା ଅନୁଯାୟୀ ନହୁଣି ଗାଁ ର ବାବା ଦଧିବାବନ ମହିଳା ସ୍ୱୟଂ ସହାୟକା ଗୋଷ୍ଠୀର ମହିଳା ମାନେ ପାଞ୍ଚଟି ବିଦ୍ୟାଳୟ ରେ ଏଲିମେଟରୀ ଡ୍ରେସ ବଣ୍ଟନ କରିଥିଲେ । ଏହି ଡ୍ରେସ ବିଲ୍ କରିବା ଲାଗି ଫିରୋଜ ଖାଁ ଆଗରୁ ୫ ହଜାର ଟଙ୍କା ନେଇଥିଲେ ବୋଲି ଅଭିଯୋଗକାରୀ ଅଭିଯୋଗ କରିଛନ୍ତି । ତେବେ ଆଉ ୨ ଟି ସ୍କୁଲର ବିଲ୍ କରିବା ଲାଗି ୨୭ ହଜାର ମାଗିଥିଲେ। ତେବେ ସୋମବାର ବିଲ୍ କରାଇଦେବାକୁ ପୁଣି ବି ଇ ଓ କାର୍ଯ୍ୟାଳୟ ର ଆକାଉଣ୍ଟାଣ୍ଟ ଏମ ଡି ଫିରୋଜ ଖାଁ ଅଶୋକ ବଜାରରେ ବାସୁଦେବ ସାହୁଙ୍କ ଠାରୁ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।