ପୁରୀ : ସୋମବାର ସକାଳୁ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ଅଲୌକିକ ଦୃଶ୍ୟ । ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ପତିତପାବନ ବାନାରେ ପଡିଛି ଶୂନ୍ୟ ଗଣ୍ଠି । ଏଭଳି ଦୁର୍ଲଭ ଦୃଶ୍ୟ ଦେଖି ଭକ୍ତମାନେ ଆତ୍ମବିଭୋର ହୋଇଛନ୍ତି।
ତେବେ ଶୂନ୍ୟ ଗଣ୍ଠି ପଡିବା ପରେ ସେବାୟତ କହିଛନ୍ତି ଏହା ଅତ୍ୟନ୍ତ ଶୁଭ ଅଟେ । ବିଶ୍ବାସ ରହିଛି ଶୂନ୍ୟ ଗଣ୍ଠି ପଡିଲେ ରାଜ୍ଯ ତଥା ଦେଶକୁ ଆସୁଥିବା ବିପଦ ଆପଦ ଦୂର ହୋଇଥାଏ। ଶୂନ୍ୟ ଶୂନ୍ୟରେ ପତିତପାବନ ବାନାରେ ଗଣ୍ଠି ପଡିଲେ ତାହାକୁ ଶୂନ୍ୟ ଗଣ୍ଠି କୁହାଯାଏ।
ସୂଚନା ଥାଉକି ରବିବାର ପ୍ରବଳ ପବନ ବହିଥିବା ଯୋଗୁଁ ପତିତପାବନ ବାନାରେ ଶୂନ୍ୟ ଗଣ୍ଠି ପଡିଯାଇଥିଲା । ତେବେ ଏହି ପତିତପାବନ ବାନାକୁ ଆଜି ସନ୍ଧ୍ୟା ସମୟରେ ଓହ୍ଳାଇ ଦିଆଯିବ । ଆହୁରି ବିଶ୍ବାସ ରହିଛି ଯେ ପତିତପାବନ ବାନାର ଶୂନ୍ୟ ଗଣ୍ଠି ଘରେ ରଖିଲେ ସମସ୍ତ ପ୍ରକାରର ରୋଗ ବ୍ୟାଧିରୁ ମୁକ୍ତ ମିଳିବା ସହ ଘରେ ସୁଖ ଶାନ୍ତି ଆସିଥାଏ।