ଭୁବନେଶ୍ୱର: ଉପରମୁହାଁ ହେଉଛି ପାରଦ । ପଶ୍ଚିମ ଓଡ଼ିଶାରେ ତାପମାତ୍ରା ରେକର୍ଡ କରିବାରେ ଲାଗିଛି । ସାଢ଼େ ୧୧ ସୁଦ୍ଧା ଝାରସୁଗୁଡ଼ାରେ ୩୭.୮ ଡିଗ୍ରୀ ତାପମାତ୍ରା ଛୁଇଁଛି । ସେହିପରି ହୀରାକୁଦ ୩୭, ସମ୍ବଲପୁର ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ କରାଯାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ତାତି ଅନୁଭୂତ ହେବ। ଆସନ୍ତା ୧୯ ତାରିଖରେ ରାଜ୍ୟରେ ପାଗର ପରିବର୍ତ୍ତନ ହେବ। ଆସନ୍ତା ୧୯ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଲାଗି ରହୁଛି ଫଳରେ ଲୋକମାନେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି । ଉପକୂଳ ଅଞ୍ଚଳରେ ତାତି ସହ ଗୁଳୁଗୁଳି ଅନୁଭୂତ ହେଉଛି । ଦୁଇ ଦିନ ପରେ ପାଗରେ ପରିବର୍ତ୍ତନ ହେଲା ପରେ ରାଜ୍ୟବାସୀଙ୍କୁ ଟିକେ ଆଶ୍ବସ୍ତି ମିଳିବ ।
ଅଧିକ ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାରେ ପାରଦ ଉପରମୁହାଁ; ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ତାତି