ଭୁବନେଶ୍ୱର: ମାର୍ଚ୍ଚ ମାସରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରେକର୍ଡ ଭାଙ୍ଗିଲାଣି ତାତି । ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ପରି ଖରା ଦାଉ ସାଧୁଛି । ରବିବାର ବୌଦ୍ଧ ସହରରେ ତାପମାତ୍ରା ୪୩.୬ ଡିଗ୍ରୀବା ସହ ଝାରସୁଗୁଡ଼ା ୪୨.୦ ଡିଗ୍ରୀ ଟପିଛି । ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ପର୍ଯ୍ୟନ୍ତ ହିଟ୍ ୱେଭ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୧୯ ତାରିଖରୁ ତାପମାତ୍ରା କମିବ ବୋଲି ମଧ୍ୟ ସୂଚନା ମିଳିଛି । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଲାଗି ରହୁଛି ଫଳରେ ଲୋକମାନେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି ।
ଗତକାଲି ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରରେ ପାଗରେ ପରିବର୍ତ୍ତନ ହୋଇ କିଛି ସ୍ଥାନରେ ଝିପି ଝିପି ବର୍ଷା ହୋଇଥିଲା । ଫଳରେ ରାଜଧାନୀବାସୀ ଟିକେ ଆଶ୍ବସ୍ତି ପାଇଥିଲେ । କିଛି ସ୍ଥାନରେ କାଳବୈଶାଖୀର ପ୍ରକୋପ ମଧ୍ୟ ଦେଖିବାକୁ ମିଳିଥିଲା । ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି, ସୋନପୁର ଓ ବୌଦ୍ଧ ଜିଲ୍ଲା ପାଇଁ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।