ନୂଆଦିଲ୍ଲୀ: ଆଜି ସାରା ଦେଶରେ ହୋଲି ପାଳନ କରାଯାଉଛି । ସମସ୍ତେ ଅବୀର ରଙ୍ଗରେ ରଙ୍ଗେଇ ହୋଇଛନ୍ତି । ଅନ୍ୟପକ୍ଷରେ ଆକାଶରେ ଆଜି ଦେଖାଯିବ ଲାଲ୍ ଜହ୍ନ ବା ବ୍ଲଡ୍ ମୁନ୍ । ସେହିପରି ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମଧ୍ୟ ହୋଇଛି । ଏଥର ଚନ୍ଦ୍ରଗ୍ରହଣ ଯୋଗୁଁ ଚନ୍ଦ୍ର ରକ୍ତ ଭଳି ଦେଖାଯିବ । ଏହାର ଅର୍ଥ ହେଉଛି ଚନ୍ଦ୍ରର ରଙ୍ଗ ଲାଲ ହୋଇଯିବ ।
ଯେତେବେଳେ ପୃଥିବୀ ସୂର୍ଯ୍ୟ ଏବଂ ଚନ୍ଦ୍ରର ଠିକ୍ ମଧ୍ୟରେ ଆସେ, ସେତେବେଳେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହୁଏ। ଏହି କାରଣରୁ ଚନ୍ଦ୍ର ଲାଲ କିମ୍ବା ଅସ୍ପଷ୍ଟ ଦେଖାଯାଏ। ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ, ଚନ୍ଦ୍ର ଅଦୃଶ୍ୟ ହୁଏ ନାହିଁ ବରଂ କେବଳ ଲାଲ ରଙ୍ଗର ହୋଇଯାଏ ।
ଏହି ଗ୍ରହଣ ଆଜି ଅର୍ଥାତ୍ ୧୪ ମାର୍ଚ୍ଚ ସକାଳ ୯:୨୯ ରେ ଆରମ୍ଭ ହେବ ଏବଂ ଅପରାହ୍ନ ୩:୨୯ ପର୍ଯ୍ୟନ୍ତ ରହିବ । ଏହା ଭାରତକୁ ଦୃଶ୍ୟମାନ ହେବ ନାହିଁ । ଏହା ଆମେରିକା, ପଶ୍ଚିମ ୟୁରୋପ ଏବଂ ଆଟଲାଣ୍ଟିକ ମହାସାଗରରେ ରହୁଥିବା ଲୋକମାନଙ୍କୁ ଦୃଶ୍ୟମାନ ହେବ । ଭାରତର ଲୋକମାନେ ଚନ୍ଦ୍ରଗ୍ରହଣ ଦେଖିପାରିବେ ନାହିଁ ।