ଭୂଷାବଳ: ମହାରାଷ୍ଟ୍ର ଭୂଷାବଳ ନିକଟରେ ଏକ ଟ୍ରକ୍ ଏବଂ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି । ମୁମ୍ବାଇ-ଅମରାବତୀ ଏକ୍ସପ୍ରେସକୁ ଧକ୍କା ଦେଇଛି ଏକ ଟ୍ରକ୍ । ଦୁର୍ଘଟଣା ପରେ ଟ୍ରେନର ଦୁଇଟି ବଗିରେ ନିଆଁ ଲାଗି ଯାଇଛି । ତେବେ ଏଥିରେ କୌଣସି ଯାତ୍ରୀଙ୍କର କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି ।
ଶୁକ୍ରବାର ସକାଳେ ବୋଡ଼ୱାଡ଼ ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଭୂଷବଳ ଡିଭିଜନର ଭୂଷାବଳ ଓ ବାଦନେରା ମଧ୍ୟରେ ଏକ ଟ୍ରକ୍ ରେଳ ଧାରଣା ପାରି ହେଉଥିବାବେଳେ ମୁମ୍ବାଇ-ଅମରାବତୀ ଏକ୍ସପ୍ରେସ ତାକୁ ଧକ୍କା ଦେଇଥିଲା । ଏହା ପରେ ଟ୍ରେନର ଦୁଇଟି ବଗିରେ ନିଆଁ ଲାଗିଯାଇଥିଲା । ଖବର ଅଗ୍ନିଶମ ବାହିନୀ ଏବଂ ରେଳ କର୍ମଚାରୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଏଥିରେ ଟ୍ରେନରେ ଥିବା ଯାତ୍ରୀ ଏବଂ ଟ୍ରକ୍ ଚାଳକଙ୍କର କୌଣସି କ୍ଷତି ହୋଇ ନାହିଁ । ଘଟଣା ପରେ ଟ୍ରକ୍ ଡ୍ରାଇଭରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ତେବେ ଏଥିଯୋଗୁଁ କିଛି ସମୟ ପାଇଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ରେଳ ଧାରଣା ଉପରୁ ବଗି ଏବଂ ଟ୍ରକ୍ କୁ ହଟା ଯିବା ପରେ ସକାଳ ପ୍ରାୟ ୮.୫୦ ସମୟରେ ପୁଣି ଥରେ ଉକ୍ତ ରାସ୍ତାରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା ।