ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ଲଦାଖର କାରଗିଲରେ ୫.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହାର ପ୍ରଭାବ ଜମ୍ମୁ କାଶ୍ମୀର ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଏହି ଭୂମିକମ୍ପ ରାତି ୨:୫୦ରେ ହୋଇଥିଲା ଏହାର ଗଭୀରତା ୧୫ କି.ମି ପର୍ଯ୍ୟନ୍ତ ହୋଇଥିଲା। ଭୂକମ୍ପର ପ୍ରଭାବ କେତେ ମାତ୍ରାର ଥିଲା ଲୋକମାନେ ଗଭୀର ନିଦ୍ରାରୁ ଉଠି ପଡିଥିଲେ, କିନ୍ତୁ କିଛି କ୍ଷୟକ୍ଷତି ହୋଇନାହିଁ ।
ସେହିପରି ଭାରତର ଅରୁଣାଚଳ ପ୍ରଦେଶରେ ଦ୍ୱିତୀୟ ଥର ପାଇଁ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗରେ ସକାଳ ୬.୦୧ରେ ହୋଇଥିଲା ଭୂମିକମ୍ପ ଏହାର ତିବ୍ରତା ୪ ଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଏହାର କେନ୍ଦ୍ର ସ୍ଥଳଭୂମିରୁ ମାତ୍ର 10 କିଲୋମିଟର ଗଭୀରତାରେ ଥିଲା, ଯାହା ପାଇଁ ଭୂମିକମ୍ପ ଅଧିକ ଅନୁଭୂତ ହୋଇଥିଲା।
ସୋସିଆଲ ମିଡିଆରେ ଲୋକଙ୍କ ପ୍ରତିକ୍ରିୟା
ଭୂମିକମ୍ପ ଅନୁଭବ କରିବା ପରେ, ଜମ୍ମୁ ଏବଂ ଶ୍ରୀନଗରର ଅନେକ ଲୋକ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ବହୁ ୟୁଜର୍ସ ଲେଖିଛନ୍ତି ଯେ ସେମାନେ ପ୍ରବଳ ଭୂମିକମ୍ପ ଅନୁଭବ କରିଛନ୍ତି, ଯାହା ପାଇଁ ଘରର ଝରକା ମଧ୍ୟ ଥରିବାକୁ ଲାଗିଥିଲା। ସେହି ସମୟରେ, ଆଉ କିଛି ଲୋକ ନିଜ କମେଣ୍ଟ ମାଧ୍ୟମରେ ଭୂକମ୍ପକୁ ନେଇ ଭୟ ପ୍ରକାଶ କରିଥିଲେ। ସେହିଭଳି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ମଧ୍ୟ ଭୂମିକମ୍ପ ହୋଇଥିବା ସୋସିଆଲ ମିଡିଆ ମାଧ୍ୟମରେ ନିଜର ସ୍ପଷ୍ଟୀକରଣ ରଖିଛି ।
ଅଧିକ ପଢନ୍ତୁ: ସୁଟକେସ୍ ଦେଖି ସ୍ଥାନୀୟ ଲୋକେ ହୋଇଗଲେ ଭୟଭୀୟ; ଅଞ୍ଚଳରେ ଖେଳିଗଲା ଆତଙ୍କ