ଭୁବନେଶ୍ୱର: ରାଜ୍ୟରେ ଆଗାମୀ ପାଞ୍ଚ ଦିନ ଯାଏ ତାତି କଲବଲ କରିବ । ସେଥିପାଇଁ ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ସମୟରେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।
ପାଣିପାଗ ନିର୍ଦ୍ଦେଶିକା ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ମୁତାବକ, ରାଜ୍ୟରେ ଆସନ୍ତା ୫ଦିନ ଯାଏଁ ହିଟ୍ ୱେଭ୍ ଜାରି କରାଯାଇଛି । ମାର୍ଚ୍ଚ ୧୪ ତାରିଖ ଠାରୁ ମାର୍ଚ୍ଚ ୧୮ ତାରିଖ ଯାଏଁ ଗ୍ରୀଷ୍ଣ ପ୍ରବାହ ଜାରି କରାଯାଇଛି । ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ପରିଲକ୍ଷିତ ହୋଇ ନାହିଁ । ସର୍ବାଧିକ ୨-୩ ଡିଗ୍ରୀ ସେଲସିୟସ୍ ପର୍ୟ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୫-୬ ଡିଗ୍ରୀ ସେଲସିୟସ୍ ଯାଏଁ ତାପମାତ୍ରାରେ ବୃଦ୍ଧି ଘଟିବ । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ୩-୫ ଡିଗ୍ରୀ ସେଲସିୟସ୍ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାରେ ୨-୩ ଡିଗ୍ରୀ ସେଲସିୟସ୍ ଯାଏଁ ତାପମାତ୍ରାରେ ବୃଦ୍ଧି ଘଟିବ । ଏହି ସମୟରେ ରାତିର ତାପମାତ୍ରା ବଢ଼ିବା ସହିତ ଗୁଳଗୁଳି ଅନୁଭୂତ ହେବ । ଏଥିପାଇଁ ରାଜ୍ୟର କିଛି ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଦିଆଯାଇଥିବାବେଳେ କେତକ ଜିଲ୍ଲା ୟେଲୋ ୱାର୍ଣ୍ଣିଂରେ ରଖାଯାଇଛି ।
୧୫ ତାରିଖ ପାଇଁ ସତର୍କତା...
ଆସନ୍ତାକାଲି ପାଇଁ ଝାରସୁଗୁଡ଼ା, ମୟୁରଭଞ୍ଜ ଓ ସମ୍ବଲପୁର ପାଇଁ ହିଟ୍ ୱେଭ୍ ଜାରି କରାଯାଇଛି । ଏହି ସବୁ ଜିଲ୍ଲା ଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କେଉଁଝର, ବରଗଡ଼, ବାଲେଶ୍ୱର, ଗଜପତି, ଭଦ୍ରକ, ସୋନପୁର, ଅନୁଗୁଳ, ଢେଙ୍କାନାଳ ଏବଂ କଳାହାଣ୍ଡିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଏବଂ ଜଗତସିଂହପୁରରେ ମଧ୍ୟ ଗରମ ଅନୁଭୂତ ହେବା ସହିତ ଗୁଳୁଗୁଳି ଅନୁଭୂତ ହେବ ।
ଅନ୍ୟପକ୍ଷରେ ଆଜି ଦିନ ସାଢ଼େ ୨ଟା ସୁଦ୍ଧା ଦୁଇଟି ଜିଲ୍ଲାର ତାପମାତ୍ରା ୪୦ ଅତିକ୍ରମ କରିଛି । ଝାରସୁଗୁଡ଼ାରେ ସର୍ବାଧିକ ୪୦. ୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଉରକେଲାରେ ୩୯. ୪ ଡିଗ୍ରୀ, ହୀରାକୁଦରେ ୩୯ ଡିଗ୍ରୀ, କେନ୍ଦୁଝରରେ ୩୭. ୬ ଡିଗ୍ରୀ ଏବଂ ଭୁବନେଶ୍ଵର ଓ ଚାନ୍ଦବାଲିରେ ୩୭ ଡିଗ୍ରୀ ତାମପାତ୍ରା ରେକର୍ଡ ହୋଇଛି ।
ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଇଥିବା ସତର୍କତା ସୂଚନା...
- ଦୀର୍ଘ ସମୟ ଧରି ଗରମରେ ରୁହନ୍ତୁ ନାହିଁ ।
- ହାଲୁକା, ହାଲୁକା ରଙ୍ଗର, ଢିଲା ଓ ସୂତା ପୋଷାକ ପିନ୍ଧନ୍ତୁ।
- ମୁଣ୍ଡ ଘୋଡ଼ାଇ ରଖନ୍ତୁ । ବାହାରକୁ ଯିବା ସମୟରେ ଓଦା କପଡା, ଟୋପି କିମ୍ବା ଛତା ବ୍ୟବହାର କରନ୍ତୁ।
- ଡିହାଇଡ୍ରେସନ୍ ରୁ ରକ୍ଷା ପାଇବା ପାଇଁ ଶୋଷ ଲାଗୁ ନଥିଲେ ମଧ୍ୟ ପର୍ଯ୍ୟାପ୍ତ ପାଣି ପିଅନ୍ତୁ।
- ଓଆରଏସ, ଲସି, ତୋରାଣି, ଆଖୁ ରସ, ଲେମ୍ବୁ ପାଣି, ଦହି ଇତ୍ୟାଦି ଘରୋଇ ପାନୀୟ ବ୍ୟବହାର କରନ୍ତୁ।
- ଶ୍ରମିକମାନେ ଅଧିକ ଖରା ସମୟରେ ସିଧାସଳଖ ସୂର୍ଯ୍ୟକିରଣ କାମକୁ ଏଡ଼ାନ୍ତୁ ।
- ଦିନର ଥଣ୍ଡା ସମୟରେ କଠିନ କାମଗୁଡ଼ିକୁ ସୂଚୀବଦ୍ଧ କରନ୍ତୁ ।
- ବାହାର କାର୍ଯ୍ୟକଳାପ ପାଇଁ ବିଶ୍ରାମ ବିରତିର ବାରମ୍ବାରତା ଏବଂ ଅବଧି ବୃଦ୍ଧି କରନ୍ତୁ ।
- ଗର୍ଭବତୀ କର୍ମଚାରୀ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା କର୍ମଚାରୀ ଅତିରିକ୍ତ ଧ୍ୟାନ ଦେବା ଉଚିତ୍।
- ହିଟ୍ ଷ୍ଟ୍ରୋକ୍, ହିଟ୍ ରାସ୍ କିମ୍ବା ହିଟ୍ ପୋଡ଼ା ଯେପରିକି ଦୁର୍ବଳତା, ମୁଣ୍ଡ ବୁଲାଇବା, ମୁଣ୍ଡ ବିନ୍ଧା, ବାନ୍ତି, ଝାଳ ଏବଂ ମୂର୍ଚ୍ଛା ଅନୁଭବ କରିବା ଭଳି ଲକ୍ଷଣଗୁଡ଼ିକୁ ଚିହ୍ନନ୍ତୁ । ଯଦି ଆପଣ ଦୁର୍ବଳ କିମ୍ବା ଅସୁସ୍ଥ ଅନୁଭବ କରୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।
- ଚାଷୀମାନଙ୍କୁ ଆଖୁ, ଗ୍ରୀଷ୍ମକାଳୀନ ମକା, ଡାଲି ଏବଂ ଅନ୍ୟାନ୍ୟ ଫସଲ ଏବଂ ପନିପରିବାରେ ଜଳସେଚନ କାର୍ଯ୍ୟ ଜାରି ରଖନ୍ତୁ ।
- ଶରୀରକୁ ଡିହାଇଡ୍ରେଟ୍ କରୁଥିବା ମଦ୍ୟପାନ, ଚା, କଫି ଏବଂ କାର୍ବୋନେଟେଡ୍ ମୃଦ୍ୟୁ ପାନୀୟ ବର୍ଜନ କରନ୍ତୁ। ଅଧିକ ପ୍ରୋଟିନ୍ ଖାଦ୍ୟ ପରିହାର କରନ୍ତୁ । ବାସି ଖାଦ୍ୟ ଖାଆନ୍ତୁ ନାହିଁ।
- ପଶୁମାନଙ୍କୁ ଥଣ୍ଡା ଏବଂ ଛାଇ ସ୍ଥାନରେ ରଖନ୍ତୁ ଏବଂ ସେମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରନ୍ତୁ।