ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ସିଉନାଗୁଡ଼ା ଗ୍ରାମ ନିକଟ କାଜୁ ଜଙ୍ଗଲ ରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଭଗବାନ ଗୌଡ଼ ଓ ଯୁବତୀ ଜଣକ ହେଲେ ସବିତା ଭତ୍ରା । ଯୁବକଙ୍କ ଘର ସିଉନାଗୁଡ଼ା ଗ୍ରାମରେ ହୋଇଥିବା ବେଳେ ଯୁବତୀ ଜଣକ ଘର ନିକଟସ୍ଥ ଗ୍ରାମ ଭାଲିଆଗୁଡା ଗ୍ରାମରେ ବୋଲି ଜଣାପଡ଼ିଛି । ଦୁହେଁ ଗାମୁଛା ଓ ଓଢ଼ଣୀ ରେ ଗୋଟିଏ ଡ଼ାଳରେ ଝୁଲୁଥିବା ଦେଖିବାକୁ ମିଳିଛି । ଦୁଇ ପରିବାର ପକ୍ଷରୁ ଝରିଗାଁ ଥାନାରେ ପୃଥକ ପୃଥକ ଦୁଇଟି ଅଭିଯୋଗ କରିଛନ୍ତି ଘଟଣା ସ୍ଥଳରେ ଝରିଗାଁ ପୋଲିସ ପହଁଚିଛି । । ଉଭୟେ ଭିନ୍ନ ଭିନ୍ନ ଜାତିର ହୋଇଥିବା ଯୋଗୁଁ ସେମାନଙ୍କ ପ୍ରେମକୁ ପରିବାର ଲୋକଙ୍କ ସ୍ୱୀକୃତି ମିଳି ନ ଥିଲା । ତେଣୁ ସେମାନେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ପୋଲିସ ଉଭୟ ଦୁଇଟି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ପ୍ରେମ ସମ୍ପର୍କ ପାଇଁ ଉଭୟେ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି ।