ବାଲେଶ୍ଵର: ବୁଧବାର ଚାନ୍ଦିପୁର ଉପକୂଳରେ ‘ଅସ୍ତ୍ର’ ମିଜାଇଲ୍ର ସଫଳ ପରୀକ୍ଷଣ ହୋଇଛି। ତେଜସ୍ ଏୟାରକ୍ରାଫ୍ଟ ଦ୍ବାରା ‘ଅସ୍ତ୍ର’ର ସଫଳ ପରୀକ୍ଷଣ । ଏରୋନଟିକାଲ୍ ଡେଭଲପମେଣ୍ଟ୍ ଏଜେନ୍ସି (ADA) LCA AF MK1 ପ୍ରୋଟୋଟାଇପ୍ ଲଢ଼ୁଆ ବିମାନରୁ ଟାର୍ଗେଟକୁ ହିଟ୍ କଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଅସ୍ତ୍ର’ । ଆକାଶରୁ ଆକାଶ ମାର୍ଗକୁ ଏହାର ଲକ୍ଷ୍ୟଭେଦ କ୍ଷମତା ୧୦୦ କିମି ଥିବା ନେଇ ଜଣାପଡିଛି । ଏହି ମିଜାଇଲର ସଫଳ ପରୀକ୍ଷଣ ପରେ ଦେଶର ସାମରିକ ଶକ୍ତିରେ ବୃଦ୍ଧି ହୋଇଛି।
ତେବେ ଅସ୍ତ୍ରର ସଫଳ ପରୀକ୍ଷଣ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ, ଏୟାର ଫୋର୍ସ, ଏଡିଏ ଏବଂ ହାଲକୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଡିଆରଡିଓ ଚେୟାରମ୍ୟାନ୍ ଡ.ଭି. କାମାତ ବୈଜ୍ଞାନିକ ଓ ଟେକନିସିଆନମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।