ଭୁବନେଶ୍ୱର ବିଜେବି ନଗରରେ ଏକ ବଡ଼ ଅଘଟଣ ଘଟିଛି । ନିର୍ମାଣଧୀନ ପାଇଖାନା ଟାଙ୍କିରେ ପଡ଼ି ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ମୃତ ଶ୍ରମିକଙ୍କ ପରିଚୟ ମିଳିପାରି ନାହିଁ ।
ପ୍ରାଥମିକ ସୂଚନା ମୁତାବକ, ବିଜେବି ନଗରରେ ଜଣେ ବ୍ୟକ୍ତିଙ୍କର ପାଇଖାନା ଟାଙ୍କି ନିର୍ମାଣ କାର୍ୟ୍ୟ ଚାଲିଥିଲା । ଆଜି ପାଇଖାନା ଟାଙ୍କିରେ ସେଣ୍ଟ୍ରିଂ ଖୋଲା ଚାଲିଥିବାବେଳେ ସମ୍ପୂର୍ଣ୍ଣ ସେଣ୍ଟ୍ରିଂ ହଠାତ୍ ଦୁଇ ଜଣ ଶ୍ରମିକଙ୍କ ଉପରେ ପଡ଼ିଯାଇଥିଲା । ଏହା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଦୁଇ ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।