ଭୁବନେଶ୍ୱର : ମାର୍ଚ୍ଚ ଅଧା ନ ହେଉଣୁ ରାଜ୍ୟରେ ତାତି ଅସମ୍ଭାଳ ହେଲାଣି । ଦୁଇ ଦିନ ହେଲାଣି ରାଜ୍ୟରେ ପାରଦ ୪୦ ଛୁଇଁଲାଣି। ସମଗ୍ର ରାଜ୍ୟରେ ନିଆଁ ବର୍ଷିଲା ପରି ଖରା ହେଉଛି । ଯଦି ଏବେ ଠାରୁ ଏତେ ତାହାଲେ ଆଗକୁ କେତେ ହେବ ବୋଲି ଚିନ୍ତା କଲେଣି ରାଜ୍ଯବାସୀ। ଗତକାଲି ୧୫ ସହର ରେ ୩୯ ଡ଼ିଗ୍ରୀ ଅତିକ୍ରମ କରିଥିବା ବେଳେ ୪୧.୪ ଡ଼ିଗ୍ରୀ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା।
ସେହିପରି ଚଳିତ ବର୍ଷ ପ୍ରଥମ ଥର ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୭ ଡିଗ୍ରୀ ପାର କରିଛି। ଗୁରୁବାର ଦିନ ୨.୩୦ ସୁଦ୍ଧା ରାଜଧାନୀରେ ତାପମାତ୍ରା ୩୭ ଡିଗ୍ରୀ ପାର କରି ୩୭.୪ ଡିଗ୍ରୀରେ ପହଞ୍ଚିଥିଲା । ଅନ୍ୟ ପକ୍ଷରେ ଝାରସୁଗୁଡା ଓ ସମ୍ବଲପୁରରେ ତାପମାତ୍ରା ୩୯.୮ ଡିଗ୍ରୀ ରହିଛି। ସେହିପରି ରାଉରକେଲାରେ ୩୯, ହୀରାକୁଦରେ ୩୮.୮, ଚାନ୍ଦବାଲିରେ ୩୭.୪ ଓ କେନ୍ଦୁଝରରେ ତାପମାତ୍ରା ୩୬.୬ ଡିଗ୍ରୀ ରହିଥିଲା ।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଗକୁ ତାତି ଆହୁରି ବଢିବା ସହ ପାଗରେ କୌଣସି ପରିବର୍ତ୍ତନ ହେବା ସମ୍ଭାବନା ନାହିଁ।