ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ପ୍ରତିବର୍ଷ ଭଳି ଏଥର ମଧ୍ୟ ତାର ପରମ୍ପରାକୁ ଆଗକୁ ବଢ଼ାଇଛି । ହୋଲିର ଉପଲକ୍ଷେ ରଙ୍ଗ ବଦଳରେ ଫୁଲରେ ହୋଲି ଖେଳିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ । ଯେଉଁଥିରେ ହଜାର ହଜାର ସମର୍ଥକମାନେ ଯୋଗ ଦେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପରିବାର ଏବଂ କର୍ମୀମାନଙ୍କ ସହିତ ହୋଲି ଖେଳିଥିଲେ।
ଆଜି ସୈଫାଇରେ ସମାଜବାଦୀ ପାର୍ଟି ପକ୍ଷରୁ ହୋଲି ଉତ୍ସବ ଆୟୋଜିତ ହୋଇଯାଇଛି । ଯେଉଁଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ନିଜ ପରିବାର ସହିତ ଯୋଗ ଦେଇଛନ୍ତି । ସେ ସମସ୍ତଙ୍କୁ ହୋଲିର ଶୁଭେଚ୍ଛା ଜଣାଇବା ସହିତ ଫୁଲର ହୋଲି ଖେଳିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟିର ପ୍ରମୁଖ ଜାତୀୟ ସାଧାରଣ ସମ୍ପାଦକ, ବହୁ ବରିଷ୍ଠ ନେତା, ରାମ ଗୋପାଳ ଯାଦବ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶିବପାଲ ସିଂହ ଯାଦବ, ସାଂସଦ ଡିମ୍ପଲ ଯାଦବ, ସାଂସଦ ଧର୍ମେନ୍ଦ୍ର ଯାଦବ, ସାଂସଦ ଆଦିତ୍ୟ ଯାଦବ, ବିଧାୟକ ତେଜ ପ୍ରତାପ ଯାଦବ, ଜିଲ୍ଲା ପଞ୍ଚାୟତ ସଭାପତି ଅଂଶୁଲ ଯାଦବ, ସାଂସଦ ଅକ୍ଷୟ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।
ଦୁଇ ଦଶନ୍ଧି ପୂର୍ବରୁ ପାଳନ ହେଉଛି ଫୁଲର ହୋଲି
ଫୁଲ ହୋଲିର ପରମ୍ପରା ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ପ୍ରତିବର୍ଷ ହୋଲି ଅବସରରେ ଦୂରଦୂରାନ୍ତରୁ ସମର୍ଥକ ଏବଂ କର୍ମୀମାନେ ସୈଫାଇରେ ପହଞ୍ଚନ୍ତି, ସେ ଏହି ସମାବେଶକୁ ସ୍ମରଣୀୟ କରିବା ପାଇଁ ଫୁଲର ହୋଲି ପରମ୍ପରା ଆରମ୍ଭ କରିଥିଲେ ବୋଲି କୁହାଯାଏ । ମୂଲାୟମ ସିଂହ ଯାଦବଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଅଖିଳେଶ ଯାଦବ ଏହାକୁ ଆଗକୁ ବଢ଼ାଇଛନ୍ତି ।