ମହାରାଷ୍ଟ୍ର: ସୁଟକେସରୁ ମିଳିଲା ଜଣେ ମହିଳାଙ୍କ କଟା ମୁଣ୍ତ । ଏଭଳି ଗୋଟିଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ସ୍ଥିତ ପିରକୁଣ୍ତା ଅଞ୍ଚଳରେ । ପିରକୁଣ୍ତ ଅଞ୍ଚଳରେ ଥିବା ମସଜିଦ୍ ପାଖରେ କିଛି ପିଲାମାନେ ଖେଳୁଥିଲେ, ଠିକ୍ ସେହି ସମୟରେ ହଠାତ୍ ରାସ୍ତାରେ ପଡିଥିବା ସୁଟକେସ ଉପରକୁ ପିଲା ମାନଙ୍କର ନଜର ଯାଇଥିଲା । ସୁଟକେସ ଖୋଲିଦେଲା ବେଳକୁ ଗୋଟିଏ କଟା ମୁଣ୍ତ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ ।
ତେବେ ଏହାକୁ ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଲେ । ପୁଲସ ଘଟଣା ସ୍ଥଳରେ ପହଁଚି ଏହାକୁ ହତ୍ୟା ସନ୍ଦେହ କରି ମାମଲାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାର ସୂଚନା ମିଳିବା ମାତ୍ରେ ମାଣ୍ଡଭି ଥାନାର ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହା ସହିତ ପୁଲିସର କହିବା ମୁତାବକ ଘଟଣାସ୍ଥଳକୁ ଫରେନସିକ୍ ଟିମ୍ କୁ ମଧ୍ୟ ଡକାଯାଇଛି ଯେଉଁମାନେ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିବେ।
ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟାରେ ପିରକୁଣ୍ଡା ମସଜିଦ୍ ନିକଟରେ ଏହି ଘଟଣା ଘଟିଛି। କିଛି ପିଲା ସେଠାରେ ପଡିଥିବା ସୁଟକେସ୍ ଦେଖି ତା ପାଖକୁ ଯାଇ ଖୋଲିଥିଲେ। ସୁଟକେସ୍ ଭିତର ଦୃଶ୍ୟ ଦେଖିବା ପରେ ସେମାନେ ଭୟଭୀତ ହୋଇଯାଇଥିଲେ । ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି ଏହି ମୁଣ୍ଡଟି କାହାର ଏବଂ ହତ୍ୟା ପଛରେ କିଏ ଅଛି ।
ଅଧିକ ପଢନ୍ତୁ: ଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ଶୁଭାରମ୍ଭ