ତାଣ୍ଡବ ରଚୁଛି ହିମସ୍ଖଳନ । ସମସ୍ତ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ଗୁଲମାର୍ଗରେ ଘଟିଛି ଗୋଟେ ଅଭାବନୀୟ ଘଟଣା । ଧଳା ବରଫରେ ସଜେଇ ହୋଇଥିବା ଗୁଲମାର୍ଗକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ । କିନ୍ତୁ ଏହି ବରଫପାତରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ଜାମ୍ମୁ କାଶ୍ମୀରର ଗୁଲମାର୍ଗରେ ବରଫପାତର ମନଲୋଭା ଦୃଶ୍ୟକୁ ଉପଭୋଗ କରିବା ପାଇଁ ଦେଶ ତଥା ଦେଶ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ । ଗୁଲମାର୍ଗରେ ୬ଜଣ ପର୍ଯ୍ୟଟକ ବରଫପାତକୁ ଦେଖିବା ଆସିଥିଲେ । ହଠାତ ସେଠାରେ ହିମସ୍ଖଳନ ହୋଇଥିଲା। ଯାହାଫଳରେ ପର୍ଯ୍ୟଟକମାନେ ସେଠାରୁ ବାହାରକୁ ଆସିପାରିନଥିଲେ ।
ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ୬ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରିଛନ୍ତି । ଏହି ଘଟଣାରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହେବାସହିତ ଆଉ ଜଣେ ପର୍ଯ୍ୟଟକ ଏ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ଉଦ୍ଧାର ହୋଇଥିବା ପର୍ଯ୍ୟଟକଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ଆଗକୁ ପଢ଼ନ୍ତୁ : ପ୍ରବଳ ତୁଷାରପାତରୁ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ସେନା