ପ୍ରବଳ ତୁଷାରପାତରୁ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ସେନା । ସିକ୍କିମର ନାତୁଲାରେ ହଠାତ୍ ପ୍ରବଳ ତୁଷାରପାତ ହୋଇଛି । ଯାହାଫଳରେ ପର୍ଯ୍ୟଟକମାନେ ନାହିଁ ନଥିବା ଅସୁବିଧାର ସାମ୍ନା କରିଛନ୍ତି । ତୁଷାରପାତରେ ଫସି ରହିଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରିଛନ୍ତି ସେନା ବାହିନୀ । ସେମାଙ୍କ ସୁରକ୍ଷା ପାଇଁ ମେଡିକେୟାର,ଗରମ ଖାଦ୍ୟ ଇତ୍ୟାଦି ଯୋଗାଇ ଦିଆଯାଇଛି ।
ସୂଚନା ଅନୁଯାୟୀ,ବୁଧବାର ଦିନ ସିକ୍କିମର ନାତୁଲାରେ ହଠାତ୍ ପ୍ରବଳ ବେଗରେ ତୁଷାରପାତ ଆରମ୍ଭ ହୋଇଥିଲା । ଯାହାଫଳରେ ୫୦୦ରୁ ଅଧିକ ପର୍ଯ୍ୟଟକ ଫସିରହିଥିଲେ । ଏଥିସହିତ ପ୍ରାୟ ୧୭୫ଟି ଗାଡି ଫସି ରହିଥିଲା। ଗମନାଗମନରେ ମଧ୍ୟ ବାଧା ସୃଷ୍ଟି ହୋଇଥିଲା । ଶେଷରେ ତ୍ରିଶକ୍ତି କର୍ପସର ସେନାମାନେ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ରମ୍ଭା କରିଛନ୍ତି । ଏଥିସହ ପର୍ଯ୍ୟଟକ ମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ମେଡିକେୟାର, ଗରମ ଖାଦ୍ୟ ଇତ୍ୟାଦି ଯୋଗାଇ ଦିଆଯାଉଛି ।
ଅଧିକ ପଢନ୍ତୁ :ଭୁଶୁଡିଲା ସୁନା ଖାଦାନ