ଭୁଶୁଡିଲା ସୁନା ଖାଦାନ ଚାଲିଗଲା ନିରୀହ ଜୀବନ । ଭେନଜୁଏଲାରେ ବେଆଇନ୍ ସୁନା ଖାଦାନ ଭୁଶୁଡି ପଡିଛି । ଯାହାଫଳରେ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି । ଏଥିସହ ଅନେକ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି । ବର୍ତ୍ତମାନ ମଧ୍ୟ ଖଣି ତଳେ କିଛି ଲୋକ ଚାପି ହୋଇରହିଥିଲା ବେଳେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ସୂଚନା ଅନୁଯାୟୀ,ମଙ୍ଗଳବାର ଦିନ ଭେନଜୁଏଲାରେ ବେଆଇନ୍ ସୁନା ଖାଦାନ "ବୁଲା ଲୋକା" ଖଣି ହଠାତ ଭୁଶୁଡି ପଡିଥିଲା । ଘଟଣା ସମୟରେ ପ୍ରାୟ ୨୦୦ ଲୋକ ଖଣିରେ କାମ କରୁଥିଲେ। ଏହା ଦେଖି ସେଠାରେ କାମ କରୁଥିବା ଲୋକମାନେ ପଳାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ କିଛି ଲୋକ ସେହି ଖଣି ଭିତରେ ଚାପିହୋଇଯାଇଥିଲେ । ଏହି ଘଟଣାରେ ପ୍ରାୟ ୧୪ ଜଣଙ୍କ ଜୀବନ ଚାଲିଯାଇଥିଲାବେଳେ । ଅନେକ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି । ଏହି ଘଟଣାର କବର ପାଇ ଅଗ୍ନିଶମ ବିଭାଗ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ୍କୁ ଜୋରଦାର କରିଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଅଧିକ ପଢନ୍ତୁ :ଗାଡି ଓ ଅଟୋ ମୁହାଁ ମୁଁହି ଧକ୍କା : ୮ ମୃତ