ରାୟପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାର ଜାତୀୟ ଉଦ୍ୟାନ ଅଞ୍ଚଳ ଅନ୍ତର୍ଗତ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ବଡ଼ ସଫଳତା ମିଳିଛି । ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଛନ୍ତି ୩୧ ମାଓବାଦୀ । ଏହା ସହିତ ଘଟଣା ସ୍ଥଳରୁ ବିପୁଳ ପରିମାଣରେ ମାଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏ ନେଇ ବସ୍ତର ଆଇଜି ପି. ସୁନ୍ଦରରାଜ ସୂଚନା ଦେଇଛନ୍ତି ।
ବସ୍ତର ଆଇଜିଙ୍କ ସୂଚନା ମୁତାବକ, ବୀଜାପୁର ଓ ନାରାୟଣପୁର ଜିଲ୍ଲା ସୀମାରେ ନକ୍ସଲ ଗତିବିଧି ନେଇ ସୁରକ୍ଷାବାହିନୀକୁ ସୂଚନା ମିଳିଥିଲା । ଏହା ପରେ ରବିବାର ସକାଳ ପ୍ରାୟ ୮ଟା ବେଳେ ଡିଆରଜି, ଏସ୍ଟିଏଫ୍, ସି-୬୦ର ଯବାନମାନେ ମିଳିତ ତଲାସି ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ଲାଲବାହିନୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଗୁଳି ବନିମୟରେ ୩୧ ମାଓବାଦୀ ନିପାତ ହୋଇଛନ୍ତି । ସମସ୍ତ ବର୍ଦିଧାରୀ ମାଓବାଦୀଙ୍କ ମୃତ ଦେହ ଜବତ କରାଯାଇଛି । ଏନକାଉଣ୍ଟରସ୍ଥଳରୁ ଏକେ-୪୭ ରାଇଫଲ୍, ଏସଏଲଆର୍, ଇନସାସ୍ ରାଇଫଲ୍, ବିଏଲଜି ଲଞ୍ଚ ହତିଆର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।
ଅଧିକ ପଢ଼ନ୍ତୁ- ସରିଲା ବନବାସ, ୨୭ ବର୍ଷ ପରେ ଦିଲ୍ଲୀ ସିଂହାସନ ସମ୍ଭାଳିବ ବିଜେପି, ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏହି ନେତା...
ଅନ୍ୟପକ୍ଷରେ ମାଓବାଦୀଙ୍କ ଗୁଳିରେ ୨ ଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି । ସହିଦ ଯବାନଙ୍କ ମଧ୍ୟରେ ଏସଟିଏଫ ଏବଂ ଡିଆରଜି ଯବାନ ବୋଲି ଜଣାପଡ଼ିଛି । ଏଥିରେ ୨ ଜଣ ଯବାନ ଗୁରୁତର ମଧ୍ୟ ହୋଇଛନ୍ତି । ସେମାନଙ୍କୁ ହେଲିକପ୍ଟର ଯୋଗେ ଜଗଦଲପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ଅଧିକ ପଢ଼ନ୍ତୁ- ଦିଲ୍ଲୀ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଉତ୍ତମ ମହାନ୍ତିଙ୍କ ଚାଲିଛି ଚିକିତ୍ସା