ବସ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା, ୨ ଯୁବତୀ ମୃତ
Khabar Odisha:state-odisha-accident-at-kendrapara-2-died
କେନ୍ଦ୍ରାପଡା, ମଇ ୨୦ (ଖବର ଓଡିଶା) :

କେନ୍ଦ୍ରାପଡା ଛଘରିଆ ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବସ୍ ସହ ଏକ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୨ଜଣ ଯୁବତୀ ମୃତ୍ୟୁବରଣ କରିଥିବା ବେଳେ ଜଣେ ଯୁବକ ଗୁରୁତର ଅଛନ୍ତି । 

ଦିନକୁ ଦିନ ବଢି ଚାଲିଛି ସଡକ ଦୁର୍ଘଟଣା । ସାମାନ୍ୟ ଅସାବଧାନତା ହେଉ କିମ୍ବା ସାମାନ୍ୟ ତ୍ରୁଟିରେ ରାଜରାସ୍ତାରେ ଯାଉଛି ଅନେକ ଜୀବନ । ତେବେ କେନ୍ଦ୍ରାପଡା ଛଘରିଆ ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବସ୍  ସହ ବୀପରିତ ଦିଗରୁ ଆସୁଥିବା ଏକ ସ୍କୁଟି ମୁହାଁମୁହିଁ ଭାବେ ଧକ୍କା ହୋଇଛି । ଏଥିରେ ୨ଜଣ ଯୁବତୀ ମୃତ୍ୟୁବରଣ କରିବା ସହିତ ଜଣେ ଯୁବକ ଗୁରୁତର ଅଛନ୍ତି । ମୃତ ୨ ଯୁବତୀ ମାର୍ଶଘାଇ ଅନ୍ତେଇର ହୋଇଥିବା ସୂଚନା ମିଳିଛି । 

Subscribe

National International State Sports Entertainment