ଜୁନ୍ ମାସରେ ରାଜ୍ୟରେ ନିଅଣ୍ଟିଆ ବର୍ଷା, ସ୍ୱାଭାବିକ ଠାରୁ କମ୍ ବର୍ଷା ରେକର୍ଡ
Khabar Odisha:Niantia-rains-in-the-state-in-June-with-below-normal-rainfall
ଭୁୁବନେଶ୍ୱର, ଜୁନ ୩୦(ଖବର ଓଡିଶା):

ଜୁନ ମାସରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଲାଗି ରହିଛି । ଜୁନ ପହିଲାରୁ ଏଯାଏଁ ଓଡିଶାରେ ଯେତିକି ପରିମାଣର ବର୍ଷା ହେବା କଥା ତାହା ହୋଇନାହିଁ । ତିନିଟି ଜିଲ୍ଲାରେ ସ୍ଥିତି ଏବେ ବି ସାଙ୍ଘାତିତ ରହିଛି । ସ୍ୱାଭାବିକ ଠାରୁ ୪୦ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି । 

ଏହି ସମୟ ମଧ୍ୟରେ ସ୍ୱାଭାବିକ ଭାବେ ୨୦୮ ମିଲିମିଟର ବର୍ଷା ହେବାର କଥା ହେଲେ ମାତ୍ର ୧୨୫ ମିଲିମିଟର ବର୍ଷା ହୋଇଛି । କେନ୍ଦ୍ରାପଡା, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିମାଣ ୬୦ ପ୍ରତିଶତରୁ ଅଧିକ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । 

ସୂଚନା ଅନୁସାରେ, ଜୁମ ୧୬ରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡିଶା ଛୁଇଁଥିଲା । ସେବେଠାରୁ ସ୍ୱାଭାବିକ ଭାବେ ବର୍ଷା ଲାଗି ରହିଛି । ଏହି ସମୟରେ ୧୦୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ୱାଭାବିକ ବୋଲି କୁହାଯାଇପାରେ । ତେବେ ମୌସୁମୀ ସକ୍ରିୟ ରହିଥିବାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବ ।

  • Tags:

Subscribe

National International State Sports Entertainment