ପହଲୁ ଖାନ ଲିଚିଂ ମାମଲା: ସମସ୍ତ ୬ ଆରୋପୀଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ
Khabar Odisha:National-odisha-alwar-mob-lynching-case-pehlu-khan-historical-verdict-by-rajasthan-court
ଜୟପୁର,ଅଗଷ୍ଟ୧୪(ଖବର ଓଡ଼ିଶା):

ରାଜସ୍ଥାନର ଅଲଓ୍ଵରରେ ପହଲୁ ଖାନଙ୍କ ହତ୍ୟା ମାମଲାରେ ଅଲଓ୍ଵର ଜିଲ୍ଲା ନ୍ୟାୟାଳୟ ବୁଧବାର ନିଜର ରାୟ ଶୁଣାଇ ସମସ୍ତ ୬ ଆରୋପୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପହଲୁ ଖାନଙ୍କ ହତ୍ୟା ଘଟଣାରେ ୯ ଆରୋପୀଙ୍କୁ ପୋଲିସ ଗିରଫ କରିଥିଲା। ଏଥିରେ ତିନି ଜଣ ନାବାଳକ ଥିଲେ। ଉଲ୍ଲେଖଯୋଗ୍ୟ, ଗୋ ଚାଲାଣ ସନ୍ଦେହରେ ୨୦୧୭ ଏପ୍ରିଲ ୧ରେ ତଥାକଥିତ ଗୋରକ୍ଷକଙ୍କ ସଂଘବଦ୍ଧ ଭାବେ ପହଲୁ ଖାନଙ୍କୁ ନିର୍ମମ ମାଡ଼ ମାରିଥିଲେ। ଡାଏରୀ ବିଜନେସ୍ କରୁଥିବା ପହଲୁଙ୍କ ଦୁଇ ଦିନ ପରେ ମୃତ୍ୟୁ ଘଟିଥିଲା। 

ଅନ୍ୟପଟେ କୋର୍ଟଙ୍କ ନିଷ୍ପତ୍ତି ଉପରେ ପହଲୁଙ୍କ ପୁତ୍ର ଇସାଦ ଦୁର୍ଭାଗ୍ୟଜନକ କହିଛନ୍ତି। ସେ କହିଛନ୍ତି ଯେ ଏହି ନିଷ୍ପତ୍ତିରେ ସେ ଖୁସି ନାହାନ୍ତି ଏବଂ ଆଗକୁ ଉପର କୋର୍ଟରେ ଅପିଲ କରିବେ। ରାୟ ଶୁଣାଣି କରିବା ସମୟରେ କୋର୍ଟ କହିଥିଲେ ଯେ ପୋଲିସ ଆରୋପୀଙ୍କୁ ଦୋଷୀ ସାବ୍ୟସ୍ତ କରି ପାରିନାହିଁ। ଅତିରିକ୍ତ ସରକାରୀ ଓକିଲ ଯୋଗେନ୍ଦ୍ର ଖଟାନା କହିଛନ୍ତି ଯେ, କୋର୍ଟ ମବ ଲିଚିଂରେ ସଂଶ୍ଳିଷ୍ଟ ସମସ୍ତ ୬ ଆରୋପୀଙ୍କୁ ସନ୍ଦେହର ଲାଭ ଦେଇ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହା ମଧ୍ୟ ଦାବି କରାଯାଇଛି ଯେ, ଭିଡ଼ିଓରେ ଆରୋପୀମାନଙ୍କ ଚେହେରା ସ୍ପଷ୍ଟ ଭାବେ ନଜର ଆସୁନାହିଁ। ଅନ୍ୟ ପଟେ ଭିଡ଼ିଓ ପ୍ରସ୍ତୁତ କରିଥିବା ବ୍ୟକ୍ତି ମଧ୍ୟ ନିଜ ବୟାନରୁ ଓହରି ଯାଇଛନ୍ତି। ଫଳରେ ଆରୋପୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ। 

Subscribe

National International State Sports Entertainment