ମମତାଙ୍କୁ ଆଉ ଏକ ଝଟକା ଦେଲା ପଦ୍ମ ଦଳ, ଟିଏମସିର ନିର୍ଭରଯୋଗ୍ୟ ସୋବନ ଚାଟାର୍ଜୀ ବିଜେପିରେ ସାମିଲ
Khabar Odisha:National-news-In-A-Big-Blow-To-Tmc-Chief-Mamata-Banerjee-Close-Aide-Sovan-Chatterjee-Joins-Bjp
ନୂଆଦିଲ୍ଲୀ, ଅଗଷ୍ଟ ୧୪ (ଖବର ଓଡିଶା) :

ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ବଡ ଝଟକା ଦେଇଛି ବିଜେପି । କୋଲକାତାର ପୂର୍ବତନ ମେୟର ଏବଂ ଟିଏମସି ବିଧାୟକ ସୋବନ ଚାଟାର୍ଜୀ ବୁଧବାର ଦିନ ବିଜେପିରେ ସାମିଲ ହୋଇଛନ୍ତି । ମମତାଙ୍କ ଘନିଷ୍ଠ ତଥା ନିକଟତର ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୋବନ । ବୁଧବାର ଦିନ ବିଜେପି ନେତା ମୁକୁଳ ରାୟ ଏବଂ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହଙ୍କ ଉପସ୍ଥିତିରେ ସେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ବିଜେପିରେ ସାମିଲ ହେବା ପରେ ସୋବନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ବିକାଶର ରାସ୍ତାରେ ଆଗକୁ ନେଇ ଚାଲିଛନ୍ତି । ମୋଦୀଙ୍କୁ ନେତୃତ୍ୱରେ ପ୍ରଭାବିତ ବିଜେପିରେ ଯୋଗ ଦେଉଛି । ଦଳ ଯେଉଁ ଦାୟିତ୍ୱ ଦେବ ତାକୁ ନିଷ୍ଠାର ସହ ତୁଲାଇବି ବୋଲି ସେ କହିଛନ୍ତି ।

ସୋବନଙ୍କ ଛଡ଼ା ତାଙ୍କ ନିକଟତର ବୈଶାଖୀ ବାନାର୍ଜୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ସୋବନ ବୁଧବାର ମଧ୍ୟାହ୍ନରେ ହଠାତ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହାପରେ ସେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । ସନ୍ଧ୍ୟା ହେଉ ହେଉ ସେ ଦଳ ବଦଳ କରି ବିଜେପିରେ ସାମିଲ ହୋଇଛନ୍ତି । ଗତ ବର୍ଷ ନଭେମ୍ୱର ମାସରେ ପାରିବାରିକ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କହିଥିଲେ । 

ଲୋକସଭା ନିର୍ବାଚନର ଫଳାଫଳ ପରେ କ୍ଷମତାରେ ଥିବା ଟିଏମସି ଚାଟାର୍ଜୀଙ୍କୁ ମନେଇବା ପାଇଁ ଚେଷ୍ଟା କରିଥିଲା, କିନ୍ତୁ ଏହା ସଫଳ ହୋଇ ନଥିଲା । ଚାଟାର୍ଜୀ ଜଣେ ଭଲ ସଂଗଠକ ଭାବେ ବେଶ ପରିଚିତ । ଲୋକସଭା ନିର୍ବାଚନର ପରିଣାମ ପରେ ଟିଏମସିର ଛଅ ଏବଂ କଂଗ୍ରେସ-ସିପିଏମ ଜଣେ ଜଣେ ବିଧାୟକ ବିଜେପିରେ ସାମିଲ ହୋଇ ସାରିଛନ୍ତି ।

Subscribe

National International State Sports Entertainment