ନୂଆଦିଲ୍ଲୀ/ମୁମ୍ବାଇ, ଜାନୁଆରୀ ୦୧ (ଖବର ଓଡ଼ିଶା): ବର୍ଷ ୨୦୨୧କୁ ଧୁମଧାମ୍ରେ ବିଦାୟ ଦେବା ପରେ ସମଗ୍ର ବିଶ୍ବ ସମେତ ଭାରତ ମଧ୍ୟ ଇଂରାଜୀ ନବବର୍ଷ-୨୦୨୨କୁ ସ୍ବାଗତ କରିଛି। ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସମେତ, ମୁମ୍ବାଇ, କୋଲକାତା, ଚେନ୍ନାଇ ସହ ସମଗ୍ର ଭାରତରେ ନିଜ ନିଜ ଶୈଳୀରେ ଲୋକେ ନୂଆବର୍ଷ ପାଳନ କରିଛନ୍ତି। ପୂର୍ବବର୍ଷ ଭଳି ଯଦିଓ ନୂଆବର୍ଷକୁ ନେଇ ଉତ୍ସାହ ନାହିଁ, ତଥାପି ଲୋକେ ଆତାସବାଜି, ବାଣ ଓ ଫୋଟକା ଫୁଟାଇ ନୂଆବର୍ଷକୁ ଉତ୍ସାହର ସହିତ ସ୍ବାଗତ କରିଛନ୍ତି।
ନୂଆବର୍ଷ ପାଇଁ ପୂର୍ବବର୍ଷ ଭଳି ଯଦିଓ ରାସ୍ତାଘାଟରେ ଲୋକେ ଯଦିଓ ଦେଖାଯାଇ ନାହାନ୍ତି କିଛି ଲୋକ ମଧ୍ୟରାତ୍ରିରେ ହାପି ନ୍ୟୁ ଇୟର କହୁଥିବା ସ୍ବର ଘରକୁ ଶୁଣାଯାଇଛି। ଅନ୍ୟମାନେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଭୟରେ ଘରକୁ ବାହାରି ନାହାନ୍ତି।
ଦେଶରେ ସଂକ୍ରମଣ ପୁଣି ଥରେ ବଢ଼ିଥିବାରୁ ସର୍ବସାଧାରଣ ସ୍ଥଳରେ ଭିଡ ନ ହେବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରମାନେ କଟକଣା ଲାଗୁ କରିଛନ୍ତି। ଫଳରେ ନୂଆବର୍ଷରେ ହୋଟେଲ, ରେଷ୍ଟୁରାଣ୍ଟ, ପାର୍କ, କଲ୍ୟାଣମଣ୍ଡପ, ବେଳାଭୂମି, ସପିଂ ମଲ୍ରେ କଟକଣା ଲାଗୁ ହୋଇଛି। ବଣଭୋଜି ଓ ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ କଟକଣା ନୂଆବର୍ଷ ଅବସରରେ ଲୋକେ ଧର୍ମାନୁଷ୍ଠାନରେ ସମୟ ବିତାଇ ଥାନ୍ତି। ଏଥର କିନ୍ତୁ ତାହା କରିପାରି ନାହାନ୍ତି। ଧର୍ମାନୁଷ୍ଠାନକୁ ସାଧାରଣ ଜନତାଙ୍କୁ ବାରଣ କରାଯାଇଛି।