ସାବୁନର ମୂଲ୍ୟ ୨ଲକ୍ଷ ୩୩ହଜାର ଟଙ୍କା। ଏହା ଶୁଣିବା ପରେ ସମସ୍ତେ ବେଶ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏହା ସମ୍ପୂର୍ଣ ସତ୍ୟ ଏହି ବିସ୍ମୟ ସାବୁନର ନିର୍ମାଣ କରିଛି ତ୍ରିପୋଲିରେ ଥିବା ସାବୁନ କାରଖାନା ‘ବଦର୍ ହାସେନ୍ ଆଣ୍ଡ ସନ୍ସ’। ସୁଗନ୍ଧିତ ତୈଳରେ ପ୍ରସ୍ତୁତ ଏହି ସାବୁନର ବଜାର ମୂଲ୍ୟ ରହିଛି ୨ଲକ୍ଷ ୩୩ହଜାର ଟଙ୍କା। ତେବେ ଏହି ସାବୁନ ଦୁବାଇ, ଲଣ୍ଡନରେ ଥିବା କେତୋଟି ହାତଗଣତି ଦୋକାନରେ ବିକ୍ରି ହେଉଛି। ଏଭଳି ମହଙ୍ଗା ସାବୁନକୁ ହଲିଉଡର ଜଣେ ଅଭିନେତ୍ରୀ ବ୍ୟବହାର କରିବା ପରେ କହିଥିଲେ ଯେ ସୁନା ଓ ହୀରା ସାବୁନରେ ମିଶ୍ରିତ ଅବସ୍ଥାରେ ଥିବାରୁ ତାହା ବେଶ୍ ଶକ୍ତ।
ସୂଚନା ଅନୁଯାୟୀ , ତ୍ରିପୋଲିରେ ଥିବା ସାବୁନ କାରଖାନା ‘ବଦର୍ ହାସେନ୍ ଆଣ୍ଡ ସନ୍ସ’ରେ ପ୍ରସ୍ତୁତ କରାଯାଇଛି ୨ଲକ୍ଷ ୩୩ହଜାର ଟଙ୍କାର ସାବୁନ। ତେବେ ଏହି ସାବୁନରେ ତରଳ ସୁନା ଓ ହୀରା ଗୁଣ୍ଡକୁ ବ୍ୟବହାର କରାଯାଇଥିବାରୁ ଏହାର ଦର ଏତେ ଅଧିକ ରହିଛି । ସୁଗନ୍ଧିତ ତୈଳରେ ପ୍ରସ୍ତୁତ ଏହି ସାବୁନ ଦୁବାଇ, ଲଣ୍ଡନରେ ଥିବା କେତୋଟି ହାତଗଣତି ଦୋକାନରେ ବିକ୍ରି ହେଉଛି। ଏଭଳି ମହଙ୍ଗା ସାବୁନକୁ ହଲିଉଡର ଜଣେ ଅଭିନେତ୍ରୀ ବ୍ୟବହାର କରିଛନ୍ତି। ତେବେ ଏହି ସାବୁନ ପ୍ରସ୍ତୁତ କରିଥିବା କମ୍ପାନୀର ମୁଖ୍ୟ କହିଛନ୍ତି ଯେ ସାବୁନ ବାହାରକୁ ଶକ୍ତ ଦେଖାଯାଉଥିଲେ ମଧ୍ୟ ତାହା ତ୍ୱଚାକୁ କୋମଳତା ପ୍ରଦାନ କରେ। ଏହି ସାବୁନର ଓଜନ୧୮ ଗ୍ରାମ୍ ହୋଇଥିବା ବେଳେ ଏହା ସୁନା, ହୀରା ଗୁଣ୍ଡ ବ୍ୟତୀତ ଅଲିଭ ତେଲ, ମହୁ ଓ ଖଜୁରି କୋଳି ବ୍ୟବହାର କରାଯାଇଛି। ଏହି ସାବୁନର ମୂଲ୍ୟ ଶୁଣିବା ପରେ ସମସ୍ତେ ବେଶ ଆଶ୍ଚର୍ଯ୍ୟ ହେଉଛନ୍ତି। ଏପରିକି ଏହା ମଧ୍ୟ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।