ପାକିସ୍ତାନର ଏୟାରବେସରେ ଆକ୍ରମଣ ଘଟି ଏଥିରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖାଇବର ପାଖତୁନଖୱା ପ୍ରଦେଶରେ ଏହି ବିସ୍ଫୋରଣ ଘଟିଥିବା ବେଳେ ମୃତକ ମାନଙ୍କ ମଧ୍ୟରୁ ୫ ଜଣ ଚୀନ ନାଗରିକ (ଇଞ୍ଜିନିୟର) ଓ ଜଣେ ପାକିସ୍ତାନୀ ନାଗରିକ ହୋଇଥିବା ଜଣାପଡିଛି। ବାଲୁଚିସ୍ତାନ ଲିବରେସନ ଆର୍ମି ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ରେକଟ ମାଡ଼ ସହ ଲଗାତାର ଫାୟାରିଂ କରାଯାଇଛି । ବାଲୁଚିସ୍ତାନରେ ଚୀନର ନିବେଶକୁ ବିରୋଧ କରି ଏହି ଆକ୍ରମଣ କରାଯାଇଥିବା ଜଣା ପଡିଛି।ତେବେ ଏହି ଆକ୍ରମଣ ପାକିସ୍ତାନର ଦ୍ୱିତୀୟ ସବୁଠୁ ବଡ଼ ଏୟାରବେସରେ କରାଯାଇଛି ।
ଆକ୍ରମଣ ହୋଇଥିବା ଏୟାରବେସରେ ଚୀନର ଡ୍ରୋନ ଥିବା ଜାଣିବା ପରେ ଲିବରେସନ ଆର୍ମି ପକ୍ଷରୁ ଏହି ହମଲା କରାଯାଇଥିବା ଜଣା ପଡିଛି। ଏହି ଆକ୍ରମଣ ପରେ ପାକିସ୍ତାନର ତୁର୍ବାତ ପ୍ରଶାସନ ପକ୍ଷରୁ ପୂରା ଅଞ୍ଚଳରେ ଆପାତ୍ତକାଳ ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ ଯେ, ଗତବର୍ଷ ମଧ୍ୟ ଲିବରେସନ ଆର୍ମି ପକ୍ଷରୁ ଏଭଳି ଏକ ଆକ୍ରମଣ ହୋଇଥିଲା। ସେହିପରି ଚଳିତ ବର୍ଷ ଆଉଥରେ ଆକ୍ରମଣ କରାଯାଇଛି। ଏୟାରବେସରେ କିଛି ଆତଙ୍କବାଦୀ ପଶିବାକୁ ଚେଷ୍ଟା କରୁଥିବା ବେଳେ ସେନା ପକ୍ଷରୁ ସେମାନଙ୍କୁ ଅଟକାଯାଇଛି ବୋଲି ପାକିସ୍ତାନ ପକ୍ଷରୁ କୁହା ଯାଇଛି ।ଏହି ଆତଙ୍କବାଦୀ ଆକ୍ରମଣ ପରେ ସ୍ୱାସ୍ଥ୍ୟ ଅଧିକାରୀମାନେ ତୁର୍ବାତ ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇ ସମସ୍ତ ଡାକ୍ତରଙ୍କୁ ତୁରନ୍ତ ଡ୍ୟୁଟି କରିବାକୁ କୁହାଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ପାଇଁ ନିଷିଦ୍ଧ ବାଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ) ର ମାଜିଦ୍ ବ୍ରିଗେଡ୍ ନିଜକୁ ଦାୟୀ କରିଛି। ମାଜିଦ୍ ବ୍ରିଗେଡ୍ ପକ୍ଷରୁ ବାଲୁଚିସ୍ତାନ ପ୍ରଦେଶରେ ଚୀନର ପୁଞ୍ଜି ବିନିଯୋଗକୁ ବିରୋଧ କରାଯାଇ ଏହି ଆକ୍ରମଣ କରାଯାଇଛି।
ଅଧିକ ପଢନ୍ତୁ: ଶ୍ରୀକ୍ଷେତ୍ରରେ ହୋଲି ପାଳିଲେ ଜାପାନୀ ପର୍ଯ୍ୟଟକ