ଅଭାବ ଅନଟନ ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ଥମିବାର ନାଁ ଧରୁନି। ଏବେ ପାକିସ୍ତାନରେ ଉପୁଜିଛି ଶ୍ରୀଲଙ୍କା ପରିସ୍ଥିତି । ଏଭଳି ପରିସ୍ଥିତିରେ ପାକିସ୍ତାନର ଚିନ୍ତା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଜାତୀୟ ଗ୍ରିଡ୍ରେ ବିଭ୍ରାଟ ଯୋଗୁଁ ଆଜି ସକାଳେ ସମଗ୍ର ପାକିସ୍ତାନରେ ବିଜୁଳି ସରବରାହରେ ବ୍ୟାଘାତ ସୃଷ୍ଟି ହୋଇଛି | ଏଥିଯୋଗୁ ଇସଲାମାବାଦ, କରାଚି ଓ ପେଶାୱର ଅଞ୍ଚଳର 22 ଜିଲ୍ଲାରେ ବିଦ୍ୟୁତ୍ ସପ୍ଲାଏ ବନ୍ଦ ରହିଛି। ଏନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ମେଣ୍ଟେନାସ୍ କାର୍ଯ୍ୟ ଜୋରସୋରରେ ଚାଲିଛି । ସୂଚନା ଅନୁସାରେ, ଆଜି ସ୍ଥାନୀୟ ସମୟ 7.34ରେ ‘ନ୍ୟାସ୍ନାଲ୍ ଗ୍ରିଡ୍’ରେ ‘ଫ୍ରିକ୍ବେନ୍ସି’ ନ ରହିବାରୁ ବିଜୁଳି ବିଭ୍ରାଟ ବ୍ୟାପକ ହୋଇଛି। ବିଜୁଳି ଯୋଗାଣ ବ୍ୟବସ୍ଥା ଚାଲୁ କରିବା ଲାଗି ଦ୍ରୁତ ଗତିରେ କାର୍ଯ୍ୟ ଚାଲିଛି। ଗ୍ରିଡ୍ ଅକାମିକା ହୋଇଯିବାରୁ କରାଚୀ, ଇସ୍ଲାମାବାଦ, ଲାହୋର ଏବଂ ପେଶାୱାର ଆଦି ପ୍ରମୁଖ ସହରରେ ବିଦ୍ୟୁତ୍ ସରବରାହ ବନ୍ଦ ଅଛି। ନ୍ୟାସନାଲ୍ ଗ୍ରିଡ୍ରେ ତ୍ରୁଟି ଯୋଗୁ ଏଭଳି ସମସ୍ୟା ଦେଖାଦେଇଥିବା ସୂଚନା ମିଳିଛି। ଏଥିଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଗୁରୁତ୍ୱପୂର୍ଣ୍ଣ ସେବା ଠପ୍ ହୋଇଯାଇଛି। ତେବେ ଗତବର୍ଷ ଅକ୍ଟୋବର ମାସରେ ମଧ୍ୟ ପାକିସ୍ତାନରେ ବଡ ଧରଣର ବିଦ୍ୟୁତ୍ ବିଭ୍ରାଟ ହୋଇଥିଲା।