ଆଫଗାନିସ୍ତାନରେ ବିସ୍ଫୋରଣ: ୧୮ ମୃତ, ୫୭ ଗୁରୁତରଙ୍କୁ ହସ୍‌ପିଟାଲରେ ଭର୍ତ୍ତି
Khabar Odisha:International-Suicide-attack-in-Kabul-kills-18-senior-Al-Qaeda-leader-killed-in-Ghazni

କାବୁଲ, ଅକ୍ଟୋବର ୨୫ (ଖବର ଓଡ଼ିଶା): ଆଫଗାନିସ୍ତାନର ରାଜଧାନୀ କାବୁଲରେ ବୋମା ବିସ୍ଫୋରଣ ହୋଇଛି । ଏଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୭ ଜଣ ଲୋକ ଗୁରତର ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଦେଶର ପୂର୍ବ ଭାବରେ ହୋଇଥିବା ଏହି ଆକ୍ରମର ଘଟଣାରେ ଅଲକାଏଦାର ଜଣେ ବରିଷ୍ଠ କମାଣ୍ଡର ନିହତ ହୋଇଥିବା ଆଫାଗାନିସ୍ତାନ ସୁରକ୍ଷା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପଶ୍ଚିମ କାବୁଲର ଏକ ଶିକ୍ଷାନୁଷ୍ଠାନ ବାହାରେ ଏହି ବିସ୍ଫୋରଣ ହୋଇଛି ।

ଆଭ୍ୟନ୍ତରୀଣ ମନ୍ତ୍ରୀ ତାରିଖ ଆର‌୍ୟାନ କହିଛନ୍ତି, ଆକ୍ରମଣକାରୀମାନେ ବଳପୂର୍ବକ ପ୍ରବେଶ କରିବାକୁ ଯାଉଥିଲେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଅଟକାଇଥିଲେ । ମନ୍ତ୍ରୀ କହିଛନ୍ତି ଯେ, ଆହତଙ୍କ ସଂଖ୍ୟା ବଢ଼ିପାରେ । କାରଣ ଏବେ ବିଭିନ୍ନ ହସ୍ପିଟାଲରେ ଆହତଙ୍କୁ ଖୋଜା ଚାଲିଛି । ତେବେ ଏହି ଘଟଣା ପାଇଁ କୌଣସି ସମୂହ ନିଜକୁ ଦାୟୀ କରିନାହାନ୍ତି । ସେହିପରି ତାଲିବାନ ଘଟଣାକୁ ନେଇ କୌଣସି ସଂସ୍ଥା ସହ ସଂପର୍କ ନଥିବା କହିଛି । 

 

  • Tags:

Subscribe

National International State Sports Entertainment