ବେଜିଂ, ମେ ୧୯ (ଖବର ଓଡ଼ିଶା): ଚୀନ ଗୁରୁବାର ଭିଡିଓ ଲିଙ୍କ ମାଧ୍ୟମରେ ବ୍ରିକ୍ସ ଦେଶ ସମୂହର ବିଦେଶ ମନ୍ତ୍ରୀଙ୍କ ବୈଠକର ଆୟୋଜନ କରୁଛି । ଏଥିରେ ଭାରତ ପକ୍ଷରୁ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ୫ ସଦସ୍ୟ ସମୂହର ନିଜ ସମକକ୍ଷଙ୍କୁ ଭେଟିବେ । ଜାତୀୟ ଗଣମାଧ୍ୟମକୁ ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି ।
ଚୀନର ବିଦେଶ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ୍ ଭେନବିନ କହିଛନ୍ତି ଯେ, ଜୟଶଙ୍କରଙ୍କ ବ୍ୟତୀତ, ଦକ୍ଷିଣ ଆଫ୍ରିକାର ଅନ୍ତର୍ଜାତୀୟ ସଂପର୍କ ଏବଂ ସହଯୋଗ ମନ୍ତ୍ରୀ ନଲେଦୀ ପଣ୍ଡୋର, ବ୍ରାଜିଲ ବିଦେଶ ମନ୍ତ୍ରୀ କାର୍ଲୋସ ଫ୍ରାଙ୍କା ଓ ରୁଷୀୟ ବିଦେଶ ମନ୍ତ୍ରୀ ସର୍ଗେଇ ଲଭାରାଓ ମଧ୍ୟ ବୈଠକରେ ଅଂଶଗ୍ରହଣ କରିବେ । ଚୀନର ଷ୍ଟେଟ କାଉନସିଲର ଏବଂ ବିଦେଶ ମନ୍ତ୍ରୀ ୱାଙ୍ଗ ୟୀ ଏହି ବୈଠକରେ ଅଧ୍ୟକ୍ଷତା କରିବେ ।
ଭେନବିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବୈଠକ ସମୟରେ ବ୍ରିକ୍ସ ଦେଶଗୁଡ଼ିକୁ ବିଦେଶ ମନ୍ତ୍ରୀ ବଜାର ଓ ବିକାଶଶୀଳ ଦେଶଗୁଡ଼ିକର ନିଜର ସମକକ୍ଷ ସହିତ ବ୍ରିକ୍ସ ପ୍ଲାନ ସମ୍ବାଦ କରିବେ । ମାତ୍ର ବ୍ରିକ୍ସ ପ୍ଲସ ବାର୍ତ୍ତାରେ ଅଂଶଗ୍ରହଣ କରିଥିବା ଦେଶର ନାମ ସେ କହିନାହାନ୍ତି ।