ଲଣ୍ଡନରେ ଟ୍ରକ୍ ଧକ୍କାରେ ଜଣେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଛାତ୍ରୀଜଣକ ୟୁନିଭରସିଟିରୁ ଫେରିବା ସମୟରେ ଟ୍ରକଟି ତାଙ୍କ ଉପରେ ମାଡ଼ି ଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଛାତ୍ରୀଜଣକ ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ଲୋକ, ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଚାଳକକୁ ଅଟକ ରଖିବା ସହିତ ଘଟଣାର ତଦନ୍ତ କରିଥିଲା ।
ସୂଚନା ଅନୁସାରେ, ଗତ ୧୯ ତାରିଖରେ ଲଣ୍ଡନରେ ଜଣେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଛାତ୍ରୀଜଣକ ପାଠ ପଢିବା ପାଇଁ ଭାରତରୁ ଲଣ୍ଡନକୁ ଯାଇଥିଲେ । ଲଣ୍ଡନର ୟୁନିଭରସିଟିରୁ ପାଠ ପଢି ଫେରିବା ସମୟରେ ଛାତ୍ରୀଙ୍କ ଉପରକୁ ଟ୍ରକ୍ ମାଡିଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଛାତ୍ରୀଜଣକ ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ଲୋକ, ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହିତ ଟ୍ରକ୍ ଚାଳକକୁ ଅଟକ ରଖିଛି । ମୃତ ଛାତ୍ରୀ ଜଣଙ୍କର ପରିଚୟ ମିଳିଛି ବୋଲି ସୂଚନା ମିଳିଛି । ପୋଲିସ ମୃତ ଛାତ୍ରୀଙ୍କର ପରିବାର ଲୋକଙ୍କୁ ଖବର ଦେଇସାରିବା ପରେ ମୃତ ଛାତ୍ରୀଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।
ଆଗକୁ ପଢ଼ନ୍ତୁ : ରୁଷର ଦୁଇଟି ଅବତରଣ ଜାହାଜ ଧ୍ବଂସ କଲା ୟୁକ୍ରେନ