ରାଜ୍ୟରେ ବଢୁଛି ତାତି । ଅସହ୍ଯ ହେଉଛି ଗରମ ସହ ଗୁଳୁଗୁଳି। ଆଜି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ କଟକ, ଭୁବନେଶ୍ୱର କୁ ରେଡ୍ ଆଲର୍ଟ ଜାରିକଲା ପାଣିପାଗ ବିଭାଗ। ଆଗାମୀ ୫ ଦିନ ପାଇଁ ରେଡ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତାକାଲି ଆହୁରି ବଢିବ ତାପମାତ୍ରା। ଫଳରେ ଆସନ୍ତାକାଲି ୧୩ ଜିଲ୍ଲାକୁ ରେଡ ଆଲର୍ଟ ଓ ୧୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ଦୁଇ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ଆଗକୁ କୌଣସି ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ମେ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ। ଆବଶ୍ୟକ ନଥିଲେ ଦିନ ୧୧ଟାରୁ ୩ଟା ମଧ୍ୟରେ ଘରୁ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି। ଯଦି ଆବଶ୍ଯକ ସ୍ଥଳେ ଘରୁ ବାହାରିବା ବେଳେ ପ୍ରଚୁର ପାଣି ପିଅନ୍ତୁ। ମୁଣ୍ତରେ ଓଦା ଗାମୁଛା ଗୁଡେଇ ବାହାରକୁ ଯାଆନ୍ତୁ। ଯଥା ସମ୍ଭବ ପାନୀୟ ପିଅନ୍ତୁ।