୧୪ଜଣ ନାବାଳକଙ୍କୁ ବୌଦ୍ଧ ଥାନାରେ ଅଟକ ରଖାଯାଇଛି । ଏହି ଘଟଣାକୁ ନେଇ ପରିବାର ଲୋକେ ଜ଼ିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ବୌଦ୍ଧ ପୋଲିସ କବ୍ଜାରେ ରହିଛନ୍ତି ୧୪ ଜଣ ନାବାଳକ । ତେବେ ପୋଲିସ କେଉଁ କାରଣରୁ ୧୪ ଜଣ ନାବାଳକଙ୍କୁ ଉଠାଇ ନେଇଛି ସେହି ବିଷୟରେ ପରିବାର ଲୋକ ଜାଣିନାହାନ୍ତି । ସୂଚନା ଅନୁଯାୟୀ,ବୌଦ୍ଧ ଥାନା ଅନ୍ତର୍ଗତ ନୂଆପଡା ,କରଡି,ଖଜୁରିପଡା, ମଥୁରା ଆଖପାଖ ୫ ଖଣ୍ଡ ଗାଁରୁ ୧୪ ଜଣ ନାବାଳକଙ୍କୁ ବୌଦ୍ଧ ପୋଲିସ ଟଙ୍କା ଘରୁ ଉଠାଇ ନେଇଥିଲେ । ପରିବାର ଲୋକେ ଏବିଷୟରେ ଜାଣିନଥିବାରୁ ସମସ୍ତ ଗାଁ ଲୋକ ଜ଼ିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ପୀଲାନାମଙ୍କ ଛଡାଯାଇନଥିବାରୁ ପରିବାର ଲୋକେ ଘଟଣା ସ୍ଥଳରୁ ଉଠିନାହାନ୍ତି । ଅନ୍ୟପଟେ ଏକ ବସର କାଚ ଭଙ୍ଗ ରୁଜା କରୁଥିବାରୁ ସେମାନଙ୍କୁ ଅଟକ ରଖାଯାଇଥିଲା । ଏହି ମାମଲାକୁ ନେଇ ଅଧିକ ତଦନ୍ତ ଚାଲିଛି ।
ଅଧିକ ପଢନ୍ତୁ :ବୌଦ୍ଧରେ ବିଶ୍ଵ ରେଡ୍ କ୍ରସ୍ ଦିବସ ପାଳିତ