ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପି ର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି। ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ବୁଧବାର ନିର୍ବାଚନ ମଣ୍ଡଳୀରେ ଦିନ ତମାମ ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରିଛନ୍ତି। ସକାଳୁ ପୋଖରୀପୁଟ ଅଞ୍ଚଳରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ସହ ମିଶି ଅନନ୍ତ ବିହାର ପାର୍କ ରେ ପଦଯାତ୍ରା କରିଥିଲେ। ପରେ ଭୀମଟାଙ୍ଗୀ ,କପିଳେଶ୍ୱର ର ବିଭିନ୍ନ ଅଞ୍ଚଳରେ ମାରାଥନ ପଦଯାତ୍ରା ଓ ମହିଳା ବୈଠକ ଏବଂ ବରିଷ୍ଟ ନାଗରିକଙ୍କ ସହ ବୈଠକ କରି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ ଓ ବିଜେପି କୁ ଭୋଟ୍ ଦେଇ ଜିତାଇବାକୁ ଅନୁରୋଧ କରିଥିଲେ। ଏଥିସହିତ ବୁଧବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକାମ୍ର ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ ବାବୁ ସିଂ ଙ୍କ ନେତୃତ୍ୱରେ ବିଜେପିରେ ଯୋଗ ଦେଇଛନ୍ତି ।ଏହି ଅବସରରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ କହିଛନ୍ତି ଯେ, ଏକାମ୍ର ନିର୍ବାଚମଣ୍ଡଳୀରେ ଯେଉଁ ଭଳି ଭାବରେ ରାଜନୈତିକ ବାତାବରଣ ଦେଖାଯାଉଛି ଲୋକଙ୍କ ବିପୁଳ ସମର୍ଥନ ପରିବର୍ତ୍ତନ ର ଲକ୍ଷଣ କୁ ଦର୍ଶାଉଛି। ନରେନ୍ଦ୍ର ମୋଦୀ ଦେଶରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ଓ ଓଡ଼ିଶାରେ ବିଜେପି ସରକାର ହେବା ସହ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ନିଶ୍ଚିନ୍ତ ବିଜୟ ଲାଭ କରିବ। ଏକାମ୍ର ର ଅସ୍ମିତାର ସୁରକ୍ଷା ତଥା ସ୍ୱାଭିମାନ ପାଇଁ ବିଜେପି ହାତରେ କ୍ଷମତା ଦେବାକୁ ଏକାମ୍ର ନିର୍ବାଚନ ମଣ୍ଡଳୀର ଲୋକେ ମନସ୍ଥ କରି ସାରିଛନ୍ତି ବୋଲି ସେ କହିଛନ୍ତି।
ଅଧିକ ପଢନ୍ତୁ : ସୁଶାସନ ଦେବାରେ ବିଫଳ ହୋଇଛି ବିଜେଡି