ପୁରୀ ଶ୍ରୀମନ୍ଦିରରେ କାଲି ସନ୍ଧ୍ୟାରେ ପ୍ରବଳ ଭିଡ ହେଇଥିଲା। ଲୋକମାନେ ମନ୍ଦିର ଭିତରକୁ ଯାଇ ବହୁ ଖୁସିବସରେ ଶ୍ରଦ୍ଧାଳୁମାନେ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ । ହେଲେ ହଠାତ୍ ପୂରା ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା । ଲୋକମାନେ ପୂରା ଭୟଭୀତ ହୋଇପଡିଥିଲେ । ପୂରା 20 ମିନଟ ପର୍ଯ୍ୟନ୍ତ ଅନ୍ଧାର ଭିତରେ ରହିଥିଲା ।
ସନ୍ଧ୍ୟାରେ ହଠାତ୍ ବିଜୁଳି ଚାଲିଯିବାରୁ ଏପରି ସ୍ଥିତି ଦେଖିବାକୁ ମିଳିଥିଲା। ବିଜୁଳି କଟିବା ପରେ ପାୱାର ବ୍ୟାକଅପ୍ ଫେଲ ମାରିଥିଲା। ତେବେ ମିନି ଇନଭର୍ଟରରେ ଆଲୋକିତ ରହିଥିଲା ଶ୍ରୀମନ୍ଦିରର କିଛି ଅଞ୍ଚଳ। କିନ୍ତୁ ବାକି ଅଞ୍ଚଳଗୁଡ଼ିକରେ ପ୍ରାୟ ୨୦ ମିନିଟ୍ ଧରି ଅନ୍ଧକାର ଭିତରେ ଯାତାୟାତ କରିଥିଲେ ଶ୍ରଦ୍ଧାଳୁ।
ଅଧିକା ପଢନ୍ତୁ:ରତ୍ନ ଭଣ୍ଡାର ତଦାରଖ ପାଇଁ ଦ୍ୱିତୀୟ ବୈଠକ