ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି ଏକ ଦୁଃଖଦ ଘଟଣା । ସାପ କାମୁଡାରେ ଗୋଟେ ତିନି ବର୍ଷ ପୁଅର ମୃତ୍ୟୁ ଘଟିଛି । ପୁଅର କ୍ଷତ ସ୍ଥାନରୁ ବାପା ମୁହଁ ଲଗାଇ ରକ୍ତ କାଢିଥିଲେ । ଯାହାଫଳରେ ବାପା ଗୁରୁତର ହୋଇଛନ୍ତି । ବାପାଙ୍କ ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଗୋଟେ ଗାଁରେ ସାପ କାମୁଡାରେ ତିନି ବର୍ଷ ପୁଅର ମୃତ୍ୟୁ ଘଟିଛି । ପୁଅକୁ ସାପ କାମୁଡିବା ପରେ ବାପା ପୁଅର କ୍ଷତ ସ୍ଥାନରେ ମୁହଁ ଲଗାଇ ରକ୍ତ କାଢିଥିଲେ । ଯେଉଁ କାରଣରୁ ବାପା ମଧ୍ୟ ଗୁରୁତର ହୋଇଛନ୍ତି । ତୁରନ୍ତ ସ୍ଥାନୀୟ ଲୋକ ବାପା ଓ ପୁଅ ଉଭୟଙ୍କୁ ବୀରମହାରାଜପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ପୁଅକୁ ମୃତ ବୋଲି କହିଥିଲେ ପରେ ବାପାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ସଦର ଡାକ୍ତରଖାନାକୁ ପଠାଯାଇଛି । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।