ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଡିମିଟ୍ରି କୁଲେବା ବୁଧବାର ଭାରତ ଗସ୍ତରେ ଆସିବାକୁ ଥିବା ବେଳେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ଏହି ଗସ୍ତରେ ଡିମିଟ୍ରି ଦୁଇ ଦିନ ରହି ସ୍ଵିଜରଲ୍ୟାଣ୍ଡରେ ହେବାକୁ ଥିବା ଶାନ୍ତି ଶିଖର ସମ୍ମିଳନୀ ପାଇଁ ଭାରତ ସହିତ ଆଲୋଚନା କରିବେ। ତେବେ ଗତ କିଛି ଦିନ ପୂର୍ବରୁ ମୋଦିଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିବା ବେଳେ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ ଜେଲେନସ୍କି।
ଉଲ୍ଲେଖନୀୟ ଯେ, ଜାତିସଂଘରେ ଅସ୍ତ୍ରବିରତି ପ୍ରସ୍ତାବ ଗୃହୀତ ହେବା ପରେ ମଧ୍ୟ ଗାଜାରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ଆକ୍ରମଣରେ ଏପର୍ଯ୍ୟନ୍ତ ୩୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ନିକଟରେ ରାଫାରେ ଇସ୍ରାଏଲ ବିମାନ ବୋମା ବର୍ଷା କରିଥିବା ବେଳେ ଏୟାର ଷ୍ଟ୍ରାଇକରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଗାଜାରେ ତୁରନ୍ତ ଯୁଦ୍ଧ ବିରତି ପାଇଁ ସୋମବାର ଜାତିସଂଘ ସୁରକ୍ଷା ପରିଷଦରେ ସଂକଳ୍ପ ଅନୁମୋଦିତ ହୋଇଥିଲା। ଏହି ସଂକଳ୍ପରେ ଯୁଦ୍ଧ ବିରତି ସହ ତୁରନ୍ତ ପଣବନ୍ଦୀଙ୍କ ମୁକ୍ତି ଦାବି କରାଯାଇଥିଲା। ତେବେ ସଂକଳ୍ପ ସପକ୍ଷରେ ୧୪ ଭୋଟ ପଡ଼ିଥିବା ବେଳେ ଆମେରିକା ଜାତିସଂଘର ଏହି ପ୍ରସ୍ତାବରେ ଭୋଟ ଦାନରୁ ନିବୃତ୍ତ ରହିଥିଲା।
ଅଧିକ ପଢନ୍ତୁ: ଆଜି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ