୨୦୨୪ ଆଗାମୀ ଲୋକସଭା ନିର୍ବାଚନ ବିଭିନ୍ନ ପର୍ଯ୍ୟାୟରେ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୯ ଏପ୍ରିଲରେ ଭୋଟ ଗ୍ରହଣ ହୋଇ ଜୁନ ୪ରେ ଫଳାଫଳ ପ୍ରକାଶ ପାଇବ। ଦେଶରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବୁଧବାର ନାମାଙ୍କନ ଭରିବାର ଶେଷ ଦିନ ରହିଛି। ପ୍ରଥମ ପର୍ଯ୍ୟାୟ ପାଇଁ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ସଂସଦୀୟ କ୍ଷେତ୍ରରେ ନାମାଙ୍କନ ଭରିବା ଗତ ୨୦ ତାରିଖରୁ ନାମାଙ୍କନ ଭରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ନାମାଙ୍କନ ଭରିବା ପ୍ରକ୍ରିୟା ପରେ ଗୁରୁବାର ପ୍ରାର୍ଥୀ ପତ୍ର ଯାଞ୍ଚ ହେବ ଏବଂ ଏହା ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଅପରପକ୍ଷରେ ୩୦ ତାରିଖ ଯାଏଁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବାକୁ ସୁଯୋଗ ଦିଆଯାଇଛି।
ଉଲ୍ଲେଖନୀୟ ଯେ, ପ୍ରଥମ ପର୍ଯ୍ୟାୟରେ ରାଜସ୍ଥାନର ୧୨ ଟି, ତାମିଲନାଡୁରେ ୩୯ ଟି ସିଟ୍, ଉତ୍ତରପ୍ରଦେଶର ୮ଟି, ମଧ୍ୟପ୍ରଦେଶର ୬ଟି, ଉତ୍ତରାଖଣ୍ଡର ୫ଟି ସିଟ୍, ଆସାମ, ବିହାର ଓ ମହାରାଷ୍ଟ୍ର ୪ଟି ଲେଖାଏ ସିଟ୍, ପଶ୍ଚିମବଙ୍ଗରେ ୩ଟି, ଅରୁଣାଚଳ ପ୍ରଦେଶରେ ୨ଟି ସିଟ ପାଇଁ ମତଦାନ ପ୍ରକ୍ରିୟା କରାଯିବ। ସେହିଭଳି ଆଣ୍ଡାମାନ ନିକୋବର, ଲାକ୍ଷାଦ୍ୱୀପ, ଆନ୍ଧ୍ରପ୍ରଦେଶ, ଚଣ୍ଡୀଗଡ, ଦିଲ୍ଲୀ, ଗୋଆ, ଗୁଜରାଟ, ହରିୟାଣା, କେରଳ, ଲଦାଖ, ମିଜୋରାମ, ମେଘାଳୟ, ପୁଡୁଚେରୀ, ସିକିମ, ପଞ୍ଜାବ, ନାଗାଲାଣ୍ଡରେ ଗୋଟିଏ ଲେଖାଏ ସିଟ ପାଇଁ ମତଦାନ ଗ୍ରହଣ କରାଯିବ ।
ଅଧିକ ପଢନ୍ତୁ: ସିରିଆରେ ପୁଣି ଏୟାର ଷ୍ଟ୍ରାଇକ୍: ଏକାଧିକ ମୃତ