ମଙ୍ଗଳବାର ଦିନ ପୂର୍ବ ସିରିଆରେ ହୋଇଥିବା ଏକ ଏୟାର ଷ୍ଟ୍ରାଇକ୍ ହୋଇଥିବା ବେଳେ ଏଥିରେ ଏକାଧିକ ପ୍ରାଣହାନୀ ଘଟିଛି। ଏହି ଘଟଣାରେ ଇରାନର ସାମରିକ ପରାମର୍ଶଦାତା ତଥା WHOରେ କାର୍ଯ୍ୟ କରୁଥିବା ଦଳର ସଦସ୍ୟଙ୍କ ସମେତ ୧୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏନେଇ ଅଧୂକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ସିରିଆରେ ଇସ୍ରାଏଲର ୨୪ ତମ ଆକ୍ରମଣ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଇରାକ ସୀମାବର୍ତ୍ତୀ ସିରିଆର ପୂର୍ବ ପ୍ରଦେଶର ଦୀର-ଅଲ-ଜୁରରେ ଏକ ଏୟାର ଷ୍ଟ୍ରାଇକ ହୋଇଛି। ତେବେ ଏହି ସ୍ତ୍ରୀଙ୍କ ପଛରେ କିଏ ଦାୟୀ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁI ତେବେ ଏହି ଆକ୍ରମଣରେ ଇରାନର ପରାମର୍ଶଦାତା ତଥା ତାଙ୍କର ଦୁଇଜଣ ଅଙ୍ଗରକ୍ଷୀ ଏବଂ ଇରାନ ସମର୍ଥିତ ଗୋଷ୍ଠୀର ନଅ ଇରାକୀ ଯୁଦ୍ଧବିମାନ ଏବଂ ଦୁଇ ଜଣ ସିରିଆ ଇଂଜିନିୟରଙ୍କ ସମେତ ୧୫ ଜଣଙ୍କ ପ୍ରାଣହାନୀ ଘଟିଛି।
ଉଲ୍ଲେଖନୀୟ ଯେ, ନିକଟରେ ଇସ୍ରାଏଲ୍ ସୈନ୍ୟବାହିନୀ ରାତିରେ ସିରିଆର ଅନେକ ଟାର୍ଗେଟରେ ଏୟାର ଷ୍ଟ୍ରାଇକ୍ କରିଥିଲେ । ଇସ୍ରାଏଲ୍ ସେନା ଦ୍ବାରା ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ସିରିଆର ଅନେକ ଆତଙ୍କବାଦୀ ଲୁଚି ରହିଥିଲେ ଏବଂ ଦକ୍ଷିଣ ସିରିଆର ଅନେକ ଅଞ୍ଚଳରେ ଇସ୍ରାଏଲ୍ ସୈନ୍ୟ ଏକକାଳୀନ ଏହି ଆକ୍ରମଣ କରିଥିଲେ।
ଅଧିକ ପଢନ୍ତୁ: ଇଡି ଚଢଉ ବେଳେ ୱାସିଂ ମେସିନ ଭିତରୁ ମିଳିଲା ୨.୫ କୋଟି