କଳି ଯୁଗରେ ରାମ ନାମ ହିଁ ଏକ ମାତ୍ର ନାମ ଯେଉଁଥିରେ ମଣିଷ ତରି ଯିବ ,ଯେଉଁ ନାମ ଧରି ହନୁମାନ ମାତା ସୀତାଙ୍କୁ ଠାବ କରିଥିଲେ । ପ୍ରଭୁ ଶ୍ରୀରାମଙ୍କ ଓଲଟା ନାମ ଧରି ଦସ୍ୟୁରତ୍ନାକର ସମସ୍ତ ପାପରୁ ମୁକ୍ତି ପାଇଥିଲେ । ଏ କଥା ଟି ଯେମିତି ଏହି ବାନର ଟି ବୁଝି ସାରିଛି । ଯେଉଁଠି ପ୍ରଭୁ ଶ୍ରୀ ରାମଙ୍କର ରାମ ଚରିତ ମାନସ ବୋଲା ଯାଉଚି ଯେଉଁଠି ପ୍ରଭୁ ଙ୍କ ପ୍ରସାଦ ବଣ୍ଟା ଯାଉଚି ଯେଉଁଠି ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଙ୍କ ଗୁଣ ଗାନ ଶୁଣିବା ପାଇଁ ଭକ୍ତ ମାନେ ବସିଛନ୍ତି ସେଇଠାରେ ହିଁ ଏହି ବାନର ଯାଇଁ ବସୁଛି, ବାନର ଟି ପ୍ରଭୁଙ୍କ ଗୁଣ ଗାନ କେତେ ବୁଝୁଛି ଏବଂ କଣ ବୁଝୁଛି ତାହା ସାଧାରଣ ଲୋକଟିଏ ବୋଧ ହୁଏ ବୁଝିବା କଷ୍ଟ ,କିନ୍ତୁ ଏଠାରେ ଅମେ ମନେ ପକାଇଦାବକୁ ଚାହୁଁ ପ୍ରଭୁ ରାମଚନ୍ଦ୍ର ଙ୍କ ଗୁଣ ଗାନ ଯେଉଁଠାରେ ବି ହୁଏ ସେହିଠାରେ ପ୍ରଭୁ ରାମଚନ୍ଦ୍ର ଙ୍କ ଉପସ୍ଥିତି କେମିତି ଅବା ନ ରହିବ!
ଏମିତି କିଛି ଦୃଶ୍ୟ କଟକରେ ଦେଖିବାକୁ ମିଳିଛି l ୧୦ ଦିନ ହେଲାଣି ରାମଚରିତ ମାନସ ଶୁଣିବାକୁ ଗୋଟେ ମାଙ୍କଡ ଆସି ଶୁଣୁଛି l ପାଟି ପାକୁ ପାକୁ କରି ରାମଚରିତ ଗୁଣ ଗୁଣ କରୁଛି l ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି l ଅନ୍ୟପଟେ ପ୍ରଭୁ ଶ୍ରୀ ହନୁମାନ ନିଜେ ଆସି ଏପରି କରୁଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକ ମାନେ l
କଟକ ଚୌଧୁରୀ ବଜାର ସ୍ଥିତିତ ମାରୁତି ମଣ୍ଡପରେ ଦଶ ଦିନ ହେବ ପ୍ରଭୁ ଶ୍ରୀରାମ, ସୀତା ଏବଂ ହନୁମାନଙ୍କ ମୂର୍ତ୍ତି ରଖି ରାମଚରିତ ମାନସ କରିବା ସହ ପରାୟଣ ମଧ୍ୟ ହେଉଛି l ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ୧୦ ଦିନ ହେବ ଗୋଟିଏ ମାଙ୍କଡ ଆସି ସେଠାରେ ବସି ପାରାୟଣ ଶୁଣୁଛି l ଦୁଇ ହାତକୁ ଯୋଡି ପ୍ରଭୁ ଶ୍ରୀ ରାମଙ୍କୁ ଅନେଇ ରହୁଛି l ପାରାୟଣ ଶୁଣୁଛି l ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି l ଅନ୍ୟପଟେ ଏ ମାଙ୍କଡ ନୁହଁ ସ୍ୱୟଂ ପ୍ରଭୁ ହନୁମାନ ନିଜେ ଆସି ପ୍ରଭୁଙ୍କର ଏହି ପୂଜାରେ ନିଜକୁ ସାମିଲ କରୁଛନ୍ତି l ଏ ମାଙ୍କଡ଼ କାହାର କିଛି କ୍ଷତି କରୁ ନାହିଁ l ଚୁପ ଚାପ ଆସି ପ୍ରଭୁଙ୍କର ରାମଚରିତ ମାନସ ଶୁଣେ ଏବଂ ପରେ ପ୍ରସାଦ ସେବନ କରି ପୁଣି ସେ ଗଛକୁ ଚାଲିଯାଏ ବୋଲି କହିଛନ୍ତି ସ୍ଥାନୀୟ ଲୋକେ l