ଦଶରଥପୁରରେ ବିଜେପି ଯୁବମୋର୍ଚ୍ଚା ସମ୍ମିଳନୀ। ଯାଜପୁର ଦଶରଥପୁର ବ୍ଲକ ଝୁମ୍ପୁରୀ ବଜାର ସନ୍ନିକଟ କଣ୍ଠମଣ୍ଡପ ପରିସରରେ ଯୁବମୋର୍ଚ୍ଚା ପକ୍ଷରୁ ଏକ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ସତ୍ୟଜିତ ସାମଲଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅନୁଷ୍ଠିତ ହୋଇଥିବା ଏହି ଯୁବ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯାଜପୁର ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଗୌତମ ରାୟ, ଯାଜପୁର ସାଂସଦ ପ୍ରାର୍ଥୀ ଡ. ରବିନାରାୟଣ ବେହେରାଙ୍କ ସହ ଅନେକ ଯୁବ ଭୋଟରମାନେ ଯୋଗଦେଇଥିଲେ ।
ତେବେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ବିକାଶର ଶୀର୍ଷରେ ପହଞ୍ଚିବା ସହ ଐତିହାସିକ ରାମ ମନ୍ଦିର ନିର୍ମାଣ, ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଓ ମୁସଲିମ୍ ମହିଳାମାନଙ୍କ ପାଇଁ ୩ ତଲାକ ଉଚ୍ଛେଦ ସହ ଗରିବ ଲୋକଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ଏଥିସହ ଆଗାମୀ ଜୁନ୍ ୧ ତାରିଖରେ ହେଉଥିବା ନିର୍ବାଚନରେ ପୁଣିଥରେ ନରେନ୍ଦ୍ର ମୋଦୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବା ସହିତ ଓଡ଼ିଶାରେ ଏଥର ବିଜେପି ସରକାର ଗଠନ କରିବା ନିମନ୍ତେ ଡବଲ ପଦ୍ମଫୁଲରେ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ ।
ଅଧିକ ପଢନ୍ତୁ :ମୋଦୀଙ୍କ ସଭାରେ ପ୍ରତିଭା ଦେଖାଇଲେ ମନିଷା