ନିର୍ବାଚନ ପାଇଁ ଏବିଭିପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ଗୁରୁବାର ଦେଓଗଡ଼ ରଣକ ପ୍ଲାଜା ଠାରେ ଏବିଭିପି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଶାଖାର ମୁଖ୍ୟ ଶ୍ରେତାଂଶୁ ଶେଖର ବରାଇ ଯୋଗଦାନ କରି ମତବ୍ୟକ୍ତ ରଖିଥିଲେ । ସେହି ସମ୍ମିଳନୀରେ ସେ କହିଥିଲେ ଯେ ୨୫ ବର୍ଷର ଶାସନରେ ସରକାରି ଦଳର ନେତା ମାନଙ୍କ କ୍ରିତ ଦାସ ମାନସିକତା ପାଇଁ ବର୍ତ୍ତମାନ ଓଡିଶା ର ମିଠା ଠୁ ନେଇ ସିମା ପର୍ଯ୍ୟନ୍ତ କୌଣସି କ୍ଷତ୍ରରେ ସୁରକ୍ଷିତ ନାହିଁ । ଯାହାଫଳରେ ଓଡିଶା ତାର ଅଶ୍ମୀତା ହରାଇବସିଛି ।
ଏଥିସହ ସେ ଆଉ ଏକ ଉଦ୍ଧାରଣ ଦେଇ କହିଥିଲେ ଯେ ଦେଓଗଡ ସରକାରି କଲେଜରେ ପିଲା ମାନଙ୍କ ପାଇଁ କିଛି ବି ସୁବିଧା କରାଯାଇନାହିଁ । ଏପରିକି ଦେଓଗଡ଼ ମୁଖ୍ୟ ଚିକିତ୍ସାଳୟରେ ଡକ୍ଟର ନାହାନ୍ତି । ରାଜ୍ୟରେ ଅନେକ ଅଭାବନ୍ୟ ଘଟଣା ଘଟିଥିଲା ବେଳେ ରାଜ୍ୟ ସରକାର ସୁରକ୍ଷା ଦେବାରେ ବିଫଳ ହୋଇଥିବା କଥା ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଶିକ୍ଷା,ସ୍ୱାସ୍ଥ୍ୟ ସମସ୍ତ କ୍ଷେତ୍ରରେ ଉନ୍ନତି କରାଯାଉଛି ବୋଲି ଦୀର୍ଘ ୨୪ ବର୍ଷ ହେଲା ଜନସାଧାରଣଙ୍କୁ ଖାଲି ମିଛ ଅଶ୍ଵଶନା ଦେଇଚାଲିଛନ୍ତି ରାଜ୍ୟ ସରକାର । ଏହି ସାମ୍ବାଦିକ ସମ୍ମିଳନୀରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।