ସାଉଥ୍ ସୁପରଷ୍ଟାର ଜୁନିଅର NTR ଆଜି ୪୧ ବର୍ଷ ବୟସରେ ପାଦ ରଖିଛନ୍ତି। ତାଙ୍କର ଜନ୍ମଦିନ ଉପଲକ୍ଷେ ଫ୍ୟାନ୍ସମାନଙ୍କର ଶୁବେଛାର ସୁଅ ଛୁଟିଛି। ଜୁନିଅର NTR ହେଉଛନ୍ତି ସାଉଥ ଇଣ୍ଡଷ୍ଟ୍ରି ଜଣେ ଲୋକପ୍ରିୟ ତାରକା। ତାଙ୍କର ଅଭିନୟରେ ସେ ସାଉଥ ଇଣ୍ଡଷ୍ଟ୍ରିରେ ରାଜ କରୁଛନ୍ତି। ତାଙ୍କ ଅଭିନୀତ ଚଳଚିତ୍ର ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥାଏ।
ଜୁନିଅର NTR ୨୦ମଇ ୧୯୮୩ ରେ ହାଇଦ୍ରାବାଦର ରୋସିରେ ଜନ୍ମଗ୍ରହଣ କରିଥିଲା। ଏକ ରାଜ ପରିବାରରେ ଜୁନିଅର NTR ର ଜନ୍ମ ହୋଇଥିଲେ। ଜୁନିଅର NTR ସାଉଥ ଇଣ୍ଡଷ୍ଟ୍ରି ଲୋକପ୍ରିୟ ତାରକା। ସେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମା ରାଓଙ୍କ ନାତି। ଅଭିନେତା ଜୁନିଅର NTR ପିଲାଦିନରୁ ଜଣେ ଅଭିନେତା ହେବାକୁ ଚାହୁଁଥିଲେ। ଜୁନିଅର NTR ମାତ୍ର ୮ ବର୍ଷ ବୟସରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲା ଶ୍ରେଷ୍ଠ ଶିଶୁ କଳାକାର ଭାବେ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିଲେ।
ସେ ୨୦୦୧ ମସିହାରେ ନିନ୍ନୁ ଚୁଡାଲାନି ସାଉଥ ଚଳଚିତ୍ରରେ ମୁଖ୍ୟ ଅଭିନେତା ଭାବରେ ଡେବ୍ୟୁ କରିଥିଲେ। ଯାହା ସାଉଥ ଇଣ୍ଡଷ୍ଟ୍ରିରେ ବେଶ ଚହଳ ପକାଇଥିଲା। ସେ ସେହିପରି ଅନେକ ଚଳଚିତ୍ରରେ ଅଭିନୟ କରିଥିଲେ। ସେ ତାଙ୍କର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ପାଇଁ ସେ ଦୁଇଟି ଫିଲ୍ମଫେୟାର ପୁରସ୍କାର ଜିତିଥିଲେ।