ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍ ରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ହ୍ୱାଇଟ୍ ହାଉସର ସୁରକ୍ଷା ବଳୟ ନିକଟରେ ଏକ କାର୍ ଦୁର୍ଘଟଣା ପରେ ଲକ୍ ଡାଉନ୍ ଜାରି କରାଯାଇଛି ।
ସୋମବାର ସକାଳ ପ୍ରାୟ ୧୦ଟା ସମୟରେ ୱାଶିଂଟନ୍ ଡିସିର ଲାଫାୟେଟ୍ ସ୍କୋୟାରରେ ନିକଟରେ ଏକ ସେଡାନ୍ କାର୍ ସାଇନ୍ ବୋର୍ଡକୁ ଧକ୍କା ଦେଇଥିଲା । କିଛି ସମୟ ପାଇଁ ସେହି ସ୍ଥାନରେ ଧୂଆଁ ବ୍ୟାପି ଯାଇଥିଲା । ଏହା ପରେ ତୁରନ୍ତ ହ୍ୱାଇଟ୍ ହାଉସକୁ ସୁରକ୍ଷା ବଳୟ ଭିତରେ ରଖା ଯାଇଥିଲା । ଏହି ସମୟରେ ହ୍ୱାଇଟ୍ ହାଉସ୍ ଭିତରେ ଉପସ୍ଥିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ଥିବାରୁ ସୁରକ୍ଷା ଦୃଷ୍ଟିରୁ କିଛି ସମୟ ପାଇଁ ହ୍ୱାଇଟ୍ ହାଉସକୁ ଲକ୍ ଡାଉନ୍ ରେ ରଖାଯାଇଥିଲା । ସିକ୍ରେଟ୍ ସର୍ଭିସ୍ ଅଧିକାରୀ ଓ ନ୍ୟାସନାଲ୍ ଗାର୍ଡ ଯବାନ କାରରେ ଥିବା ଦୁଇ ଜଣ ଯାତ୍ରୀଙ୍କୁ ତୁରନ୍ତ ଗିରଫ କରିଥିଲେ । ଆଉ ଜଣେ ବ୍ୟକ୍ତି ଲାଫାୟେଟ୍ ପାର୍କରେ ଲାଗିଥିବା ବ୍ୟାରିକେଡ୍ ଡେଇଁ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ତାଙ୍କୁ ମଧ୍ୟ ଗିରଫ କରିଛି ସିକ୍ରେଟ୍ ସର୍ଭିସ୍ ।
ଦୁର୍ଘଟଣା କିପରି ଘଟିଲା ସେ ନେଇ ସୁରକ୍ଷା ଅଧିକାରୀମାନେ ଯାଞ୍ଚ କରୁଛନ୍ତି ।