ବ୍ରହ୍ମପୁରରେ ଯୁକ୍ତ ଦୁଇ ଛାତ୍ରୀ ଗଣବଳାତ୍କାର ଘଟଣାରେ ତେଜିଲା ପ୍ରତିବାଦ । ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା । ପୀଡିତାଙ୍କୁ ନ୍ୟାୟ ଦାବିରେ ବିଜେପି ବିକ୍ଷୋଭ କରୁଛି । ଏଥିରେ ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଐଶ୍ଵର୍ଯ୍ୟା ବିଶ୍ଵାଳ ଏବଂ ସାଧାରଣ ସମ୍ପାଦିକା ବବିତା ପାତ୍ର ପ୍ରମୂଖ ସାମିଲ ହୋଇଛନ୍ତି । ବୁଧବାର ବୈଦ୍ୟନାଥପୁର ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ କିଛି ଅଭିଯୁକ୍ତଙ୍କୁ ଛାଡି ଦେଇଥିବା ନେଇ ଏବେ ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ ସହରର ଏକ ଘରୋଇ ସ୍କୁଲରେ ପଢୁଥିବା ପୀଡିତା ପୀଡ଼ିତା ଛାତ୍ରୀ ଜଣଙ୍କ ନିଜର ଜଣେ ଝିଅ ସାଙ୍ଗ ସହିତ ଘଟଣା ଦିନ ବଜାରକୁ ଯାଇଥିଲେ । ହେଲେ ବଜାରରେ ଥିବା ସମୟରେ ସାଙ୍ଗ ଜଣଙ୍କ କିଛି କାମରେ ପଳାଇଥିଲେ । ଏହି ସମୟରେ ନାବାଳିକାଙ୍କ ପରିଚିତ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୁରୁଷ ବନ୍ଧୁ ଜଣଙ୍କ ଏକାକୀ କାହିଁକି ଖରାରେ ଠିଆ ହୋଇଛ ପଚାରିବା ସହିତ ନାବାଳିକାଙ୍କୁ ନିକଟରେ ତାଙ୍କ ଘର ଥିବା କହି ଡାକି ନେଇଥିଲା । ସେଠାରେ ରହି ତାଙ୍କ ବାପାଙ୍କୁ ଫୋନ୍ କରି ଚାଲିଯିବେ କହି ଡାକି ନେଇଥିଲା ଅଭିଯୁକ୍ତ । ସେଠାରୁ ନାବାଳିକା ଛାତ୍ରୀଙ୍କୁ ନିଜ ଘର କହି ଛାତ୍ରାବାସକୁ ନେଇଯାଇଥିଲା ଅଭିଯୁକ୍ତ । ଏହାଦେଖି ନାବାଳିକା ଜଣଙ୍କ ତାକୁ ଏଭଳି ସ୍ଥାନକୁ କାହିଁକି ଆଣିଛ ବୋଲି ପ୍ରଶ୍ନ କରିଥିଲେ । ହେଲେ ଅଭିଯୁକ୍ତ ଜଣଙ୍କ ସେହି ସମୟରେ ଏକ ମୃଦୁ ପାନୀୟରେ କୌଣସି ନିଶା ମିଶାଇ ପିଇବାକୁ ଦେଇଥିଲା, ଏବଂ ଏହାକୁ ସେ ପିଇବା ସମୟରେ ଅଭିଯୁକ୍ତ କହିଥିଲା ମୁଁ ମାଆଙ୍କୁ ନେଇ ଆସୁଛି । ଆଉ ସେହି ସମୟରେ ସେ ସେଠାରୁ ଚାଲିଯାଇ ନିଜର ଅନ୍ୟ ପରିଚିତ ପାଞ୍ଚରୁ ଛଅ ଜଣ ଯୁବକ ଉକ୍ତ ଛାତ୍ରାବାସକୁ ଡାକି ଆଣିଥିଲା । ଏହାପରେ ଏହି ଲଜ୍ଜାଜନକ ଘଟଣା ଘଟିଥିବା ଅଭିଯୋଗ କରିଥିଲେ ପୀଡିତା ।
ଅଧିକ ପଢନ୍ତୁ : ରୁବେଲା ଭାଇରସକୁ ନେଇ ଗର୍ଭବତୀଙ୍କୁ ସତର୍କ ସୂଚନା