ଏଣିକି ବିଳମ୍ବରେ ଆସିଲେ କର୍ମଚାରୀ ମାନଙ୍କର ଦରମା କାଟିବ ଭୁବନେଶ୍ୱର ମହାନଗର ନିଗମ(ବିଏମସି)। ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ପ୍ରତି କଠୋର ହୋଇଛି ବିଏମସି । ସକାଳ ୧୦ଟା ସୁଦ୍ଧା ଅଫିସ୍ପ ହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି, ୧୦.୩୦ ପରେ ଆସିଲେ ତାହା ବିଳମ୍ବ ବୋଲି ଧରାଯିବ ବୋଲି ବିଏମସି ସୂଚନା ଦିଆ ଯାଇଛି ।
ସେହିଭଳି ମାସକରେ ୨ରୁ ଅଧିକ ବିଳମ୍ବ ଉପସ୍ଥାନ ପାଇଁ ଅଧାଦିନ CL କଟିବ। ୧୦ ଦିନରୁ ଅଧିକ ବିଳମ୍ବ ଉପସ୍ଥାନ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି CL/EL ନଥାଇ ୭ ଦିନ ବିଳମ୍ବରେ ଆସିଲେ ଗୋଟିଏ ଦିନର କଟିବ । ଏହି ନିୟମ ବିଏମସିର ସମସ୍ତ ସ୍ଥାୟୀ, ଠିକା, ଅନ୍ୟ କର୍ମଚାରୀଙ୍କ ପାଇଁ ଲାଗୁ କରାଯିବ । ତେବେ ପୂର୍ବରୁ ଅନେକ କର୍ମଚାରୀ ଡ୍ୟୁଟିରେ ଖିଲାପ କରୁଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଫଳରେ ସରକାରୀ କାମ ଠିକ୍ ସମୟରେ ହୋଇପାରୁନଥିଲା । ଏସବୁକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛି ବିଏମସି ।
ବିଏମସି କାର୍ଯ୍ୟାଳୟରେ କାର୍ଯ୍ୟର ମାନ ବୃଦ୍ଧି ଓ ବୃତ୍ତିଗତ ମାନ ବଢ଼ାଇବା ପାଇଁ ଏହି ସମୟ ନିର୍ଘଣ୍ଟ କରାଯାଇଛି । ବହୁ କର୍ମଚାରୀ ଠିକ୍ ସମୟରେ ଅଫିସରେ ପହଞ୍ଚୁ ନଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଏମସି କର୍ତ୍ତୃପକ୍ଷ ଏହି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସମସ୍ତ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ଉପସ୍ଥାପନ ବାଧ୍ୟତାମୂଳକ କରାଯାଇଛି । ବିଳମ୍ବରେ ପହଞ୍ଚୁଥିବା କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
ଅଧିକ ପଢନ୍ତୁ : ୨୦ ମିନଟ ଶ୍ରୀ ମନ୍ଦିର ଅନ୍ଧାର