ହ୍ରିତିକ ରୋଷନ ଏବଂ ଟାଇଗର ଶ୍ରଫଙ୍କର ମୁଭି ୱାର ବକ୍ସ ଅଫିସରେ ପୁରା ହଇଚଇ ସୃଷ୍ଟି କରି ପାରିଥିଲା । ପ୍ରଶଂସକ ମାନଙ୍କ ଦ୍ୱାରା ୱାର-2 ବେଶ ପସନ୍ଦ ହୋଇପାରିଥିଲା । ତେବେ ଏବେ ଆଗକୁ ଆସୁଛି ଏହାର ଦ୍ୱିତୀୟ ଭାଗ ମାନେ ୱାର-2 ସେଥିପାଇଁ ଫ୍ୟାନ୍ସ ମାନଙ୍କ ପାଖରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ମୁଭୁରେ ଆମେ ଜୁନିଅର ଏନଟିଆର ଏବଂ ହ୍ରିତକ୍ ରୋଷନଙ୍କ ଏକା ସାଙ୍ଗରେ ଦେଖିବାକୁ ମିଳିବ । ଯାହାକୁ ନେଇ ଦର୍ଶକ ବେଶ ଖୁସି ଅଛନ୍ତି, ଏବଂ ନିଜ ନିଜ ଭିତରେ ବାଡିଆ ପିଟା ଲାଗୁଛନ୍ତି କିଏ ବେଷ୍ଟ ବୋଲି । ତେବେ ନିକଟରେ ଶୁଟିଂ ସେଟ୍ରୁ ହ୍ରିତିକ୍ ଓ ଜୁନିୟର ଏନଟିଆରଙ୍କର କିଛି ଫଟୋ ସାମ୍ନାକୁ ଆସିଛି। ଏହାକୁ ଦେଖି ପ୍ରଶଂସକଙ୍କ ଉତ୍ସାହ ଦୁଇଗୁଣିତ ହୋଇଥିବାବେଳେ ସେମାନେ ହ୍ରିତିକ୍ ଓ ଜୁନିୟର ଏନଟିଆରଙ୍କୁ ତୁଳନା କରିଛନ୍ତି।
ପୂର୍ବରୁ ଚଳଚ୍ଚିତ୍ରରୁ ଜୁନିଅର ଏନଟିଆରଙ୍କ ଲୁକ୍ ସାମ୍ନାକୁ ଆସିଥିଲା। ଆଉ ଏବେ ଫିଲ୍ମ ସହ ଜଡିତ ଆଉ କିଛି ଫଟୋ ସାମ୍ନାକୁ ଆସିଛି। ଅୟାନ ମୁଖାର୍ଜୀଙ୍କ ଏହି ଆକ୍ସନ-ଥ୍ରୀଲର ଫିଲ୍ମର ନୂଆ ଫଟୋରେ ହ୍ରିତିକ୍ ରୋଶନ ମଧ୍ୟ ଅଛନ୍ତି। ଏଥିରେ ସେ ଧଳା ଟି-ସାର୍ଟ ଓ କଳା ଓ୍ବେଷ୍ଟ କୋଟ୍ ପିନ୍ଧିଛନ୍ତି। ଅପରପକ୍ଷେ ଜୁନିୟର ଏନଟିଆର ଧୁସର ରଙ୍ଗର ଟି-ସାର୍ଟ ଓ ମ୍ୟାଚିଙ୍ଗ୍ ପ୍ୟାଣ୍ଟ ପିନ୍ଧିଛନ୍ତି। ତେବେ ଉଭୟ ଫଟୋ ଅଲଗା ଅଲଗା କ୍ଲିକ୍ କରାଯାଇଛି। ଆଉ ଏକ ଫଟୋରେ ହ୍ରିତିକ୍ଙ୍କ ମଥାରେ ରକ୍ତ ଦେଖାଯାଉଛି। ଯାହାକୁ ଦେଖିବ ଅନୁମାନ କରାଯାଉଛି ଏହା କୌଣସି ଆକ୍ସନ ଦୃଶ୍ୟ ସମୟର ଫଟୋ। ଯଦିଓ ଫିଲ୍ମର କେବଳ ଅଳ୍ପ କିଛି ଫଟୋ ଦୃଶ୍ୟମାନ ହେଉଛି, କିନ୍ତୁ ଏହା ପ୍ରଶଂସକଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ସୃଷ୍ଟି କରିଛି। ଏହି ଫଟୋ ଶେୟାର କରିବାବେଳେ ଅକ୍ଷୟ ରୋଶନ ନାମକ ଜଣେ ପ୍ରଶଂସକ ଲେଖିଛନ୍ତି ଯେ, ହ୍ରିତିକ ରୋଶନଙ୍କ ରୟାଲଟି ଏବଂ ନିର୍ମିତ ଆକର୍ଷଣୀୟ ବଡି ଦେଖ, ଇଏ ହିଁ ‘ଓ୍ବାର-୨’ ର ମୁଖ୍ୟ ନାୟକ। ହ୍ରିତିକ୍ ରୋଶନ ଏପରି ଶହେ ଏନଟିଆରଙ୍କୁ ଖାଇଯିବେ। ତେବେ ବର୍ତ୍ତମାନସୁଦ୍ଧା ଜୁନିୟର ଏନଟିଆରଙ୍କ ପ୍ରଶଂସକ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।
ଅଧିକା ପଢନ୍ତୁ: ଆସୁଛି ରଜନୀକାନ୍ତଙ୍କ ନୂୂୂଆ ମୁଭି