ସୁପରଷ୍ଟାର ରଜନୀକାନ୍ତଙ୍କୁ କିଏ ବା ନ ଜାଣିଛି । ତାଙ୍କ ମୁଭି ପ୍ରେକ୍ଷାଳୟରେ ପଡିବା କ୍ଷଣି ଦର୍ଶକଙ୍କ ଠାରେ ବେଶ ଉତ୍ସାହ ଦେଖିବାକୁ ମିଳେ । ନିକଟରେ ତାଙ୍କ ମୁଭି ଜେଲର ଲୋକ ମାଲଙ୍କ ପାଖରେ ବେଶ ପସନ୍ଦ ହୋଇପରିଥିଲା । ରଜନୀକାନ୍ତୁଙ୍କୁ ସାଉଥର ଲୋକ ଭଗବାନ ବୋଲି ମାନିଥାନ୍ତି । ତେବେ ତାଙ୍କର ଆଗକୁ ଆସୁଛି ଚଳଚ୍ଚିତ୍ର 'ଭେଟ୍ଟାଇୟାନ୍' ସେଥିପାଇଁ ରଜନୀକାନ୍ତ ଏବେ ଚର୍ଚ୍ଚାରେ ଅଛନ୍ତି । ତେବେ ଏହି ସମୟରେ ଅନେକ ମିଛକଥା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଗୁଜବ ପାଇଁ ଦର୍ଶକଙ୍କ ଉତ୍ସାହର ସୀମା ନାହିଁ।
ଏହି ଚଳଚ୍ଚିତ୍ର ମାଧ୍ୟମରେ ରଜନୀକାନ୍ତ ଏବଂ ଅମିତାଭ ବଚ୍ଚନ ପୁଣି ଥରେ ବଡ଼ ପରଦାରେ ଏକାଠି ନଜର ଆସିବେ। ଏହାପୂର୍ବରୁ ୧୯୯୧ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ହମ୍'ରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ନିର୍ମାତା କିଛି ଦିନ ପୂର୍ବରୁ ଫିଲ୍ମର ଏକ ନୂଆ ପୋଷ୍ଟର ଶେୟାର କରିଥିଲେ। ଏଥିରେ କୁହାଯାଇଥିଲା ଯେ ଫିଲ୍ମ 'ଭେଟ୍ଟାଇୟାନ' ଅକ୍ଟୋବର ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
ଚଳଚ୍ଚିତ୍ରରେ ଅଭିନେତା ରାଣା ଡଗ୍ଗୁବାତୀଙ୍କ ଚରିତ୍ରକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ଜୋର ଧରିଛି। କୁହାଯାଉଛି ଯେ ରାଣା ଡଗ୍ଗୁବାତୀ ଜଣେ ଭିଲେନ୍ ଭୂମିକାରେ ନଜର ଆସିବେ। ତାଙ୍କ ଚରିତ୍ର ଖୁବ ଖତରନାକ ହେବାକୁ ଯାଉଛି। ତଥାପି, ନିର୍ମାତାମାନଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ନିଶ୍ଚିତକରଣ ନାହିଁ।
ଅଧିକା ପଢନ୍ତୁ:ସଲମାନ ଖାନଙ୍କ ଘରକୁ ଗୁଳିମାଡ ଘଟଣାରେ : 2 ଅଭିଯୁକ୍ତ ଗିରଫ