ବୌଦ୍ଧ ଜିଲ୍ଲାରେ ଘଟିଛି ଅଗ୍ନିକାଣ୍ଡ । ବୌଦ୍ଧ ଜିଲ୍ଲା ସ୍ଥିତ ବୌଦ୍ଧ ସେଣ୍ଟ୍ରାଲ ବ୍ୟାଙ୍କ୍ ମୁଖ୍ୟ ଶାଖାରେ ଅଗ୍ନିକାଣ୍ଡ ଘଟିଛି ବୋଲି ସୂଚନା ମିଳିଛି । ଅଗ୍ନିକାଣ୍ଡରେ ବ୍ୟାଙ୍କ୍ ରେ ଥିବା ସମସ୍ତ କାଗଜ ପତ୍ର ଜଳି ପୋଡି ନଷ୍ଟ ହୋଇଯାଇଛି । ସ୍ଥାନୀୟ ଲୋକ, ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ଅଗ୍ନିଶମ ବାହିନୀ ନିଆଁକୁ ସମ୍ପୂର୍ଣ୍ଣ ଲିଭାଇଦେଇଥିଲେ କିନ୍ତୁ ସମସ୍ତ କାଗଜ ପତ୍ର ନଷ୍ଟ ହୋଇଯାଇଥିଲା । ପୋଲିସର ତଦନ୍ତ ଅନୁସାରେ, ନିଆଁ ସର୍ଟ ସର୍କିଟରୁ ଲାଗିଛି ।