ଜନ୍ମଦିନରେ ଫ୍ୟାନ୍ସ ମାନଙ୍କୁ ଉପହାର ଦେଇଛନ୍ତି ରଶ୍ମିକା ମନ୍ଦନା ଅର୍ଥାତ ନ୍ୟାସନାଲ କ୍ରସ । ତାଙ୍କ ଦମଦାର ଲୁକ ପାଇଁ ସେ ସର୍ବଦା ପ୍ରଶଂସାର ପାତ୍ର ଅଟନ୍ତି । ରଶ୍ମିକା ବଲିଉଡରେ ପାଦ ଥାପିବାର କମ୍ ଦିନରେ ହିଁ ସମସ୍ତଙ୍କର ପସନ୍ଦ ପାଲଟିଛନ୍ତି । ପୁଷ୍ପା ପରେ ସବୁଆଡେ ରଶ୍ମିକାଙ୍କ ଚର୍ଚ୍ଚା ଦେଖିବାକୁ ମିଳୁଛି । ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ପୁଷ୍ପା 2କୁ ଅପେକ୍ଷା କରି ରହିଛନ୍ତି ।ତେବେ ତାଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିଛନ୍ତି ପୁଷ୍ପା 2 ନିର୍ମାତା । ଆଜି ପୁଷ୍ପା 2ର ପ୍ରଥମ ଲୁକ ସାମ୍ନାକୁ ଆସିଛି । ରଶ୍ମିକାଙ୍କ ଦମଦାର ଲୁକ୍କୁ ପ୍ରଶଂସକମାନେ ବେଶ ପସନ୍ଦ କରୁଛନ୍ତି । ନିର୍ମାତା ଏହି ଚଳଚ୍ଚିତ୍ରରୁ ଶ୍ରୀବଲ୍ଲୀଙ୍କ ପ୍ରଥମ ଲୁକ୍କୁ ଶେୟାର୍ କରିଛନ୍ତି ଏବଂ ରଶ୍ମିକାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି।
ଫିଲ୍ମରୁ ସାମ୍ନାକୁ ଆସିଥିବା ଏହି ଲୁକ୍ରୁ ଜଣାପଡିଛି ଯେ ତାଙ୍କ ଷ୍ଟାଇଲ୍ ଅଧିକ ଆକର୍ଷଣୀୟ ହେବାକୁ ଯାଉଛି। ଏଥିରେ ରଶ୍ମିକା ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏଥିରେ ତାଙ୍କୁ ସବୁଜ ରଙ୍ଗର ଶାଢି ଏବଂ ଭାରୀ ଅଳଙ୍କାର ପିନ୍ଧିଥିବାର ଦେଖିବାକୁ ମିଳିଛି । ତେବେ କିଛିଦିନ ପୂର୍ବରୁ ଅଲୁ ଅର୍ଜୁନ ତାଙ୍କର ପ୍ରଥମ ଲୁକ ସେୟାର କରିଛିନ୍ତି । ଆଉ ଆଜି ରଶ୍ମିକାଙ୍କର ମଧ୍ୟ ପ୍ରଥମ ଲୁକ ଦର୍ଶକଙ୍କୁ ଦେଖିବାକୁ ମିଳିଛି । ଆଉ ତାଙ୍କର ଏହି ଲୁକକୁ ଦର୍ଶକ ମନଭରି ଭଲପାଇବା ଦେଇଛନ୍ତି । ଏହା ସହ ସେ ମୁଣ୍ତରେ ଲଗାଇଥିବା ସିନ୍ଦୁରର ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଗତକାଲି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଗୋଟେ ବଡ ସରପ୍ରାଇଜ୍ ମିଳିଛି ।
Pushpa ନାମକ X ରେ ଶେୟାର କରାଯାଇଥିବା ପୋଷ୍ଟ୍ର କ୍ୟାପ୍ସନ୍ରେ ଆହୁରି ଲେଖା ଅଛି, “ପୁଷ୍ପା ୨: ଦି ରୁଲ୍ ଟିଜର ଏପ୍ରିଲ ୮ ରେ ମୁକ୍ତିଲାଭ କରିବ। ୨୦ ଅଗଷ୍ଟ ୨୦୨୪ ରେ ‘ପୁଷ୍ପା ୨’ ରିଲିଜ୍ ହେବ।” ଅନ୍ୟ ଏକ ପୋଷ୍ଟ ଶେୟାର କରିବାବେଳେ ନିର୍ମାତା ଲେଖିଛନ୍ତି, “ଆମର ଶ୍ରୀବଲୀ କହିଛନ୍ତି ଯେ ‘ପୁଷ୍ପା ୨’ର ଟିଜର ପାଇଁ ଆଉ ୩ ଦିନ ବାକି ଅଛି। ୮ ଏପ୍ରିଲରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।”