ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ପ୍ରକୃତ ଦୋଷୀ ବିଦ୍ୟାଭାରତୀ, ତାଙ୍କୁ ଗିରଫ କରାଗଲେ ସବୁ ସତ ଜଣାପଡିବ
Khabar Odisha:Soumya-Ranjans-death-case-The-real-culprit-is-Vidyabharati-everything-will-be-known-if-he-is-arrested

ଭୁବନେଶ୍ୱର, ଜୁଲାଇ ୨୫ (ଖବର ଓଡ଼ିଶା): ବନ ଅଧିକାରୀ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ପ୍ରକୃତ ମୃତ୍ୟୁର ରହସ୍ୟ କଣ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏପଟେ ପୋଲିସ୍ ଅଭିଯୁକ୍ତ ମାନଙ୍କୁ ଥରେ ଥରେ ଜେରା କରି କ୍ଲିନ୍‌ଚିଟ୍ ଦେବାରେ ଲାଗିଛି । 

ଅନ୍ୟପଟେ କିନ୍ତୁ ସୌମ୍ୟଙ୍କ ପରିବାର ଲୋକ ଏହି ଘଟଣାରେ ସିଧା ସିଧା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଦାୟୀ କରିଛନ୍ତି । ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପଛରେ ବିଦ୍ୟାଭାରତୀଙ୍କର ହିଁ ହାତ ରହିଛି । ବିଦ୍ୟାଙ୍କୁ ଗିରଫ କରାଗଲେ ସବୁ ସତ ଜଣାପଡିବ ବୋଲି ଆଜି ସୌମ୍ୟଙ୍କ ପରିବାର ଲୋକେ ଦାବି କରିଛନ୍ତି ।

ବନ ଅଧିକାରୀଙ୍କ ମୃତ୍ୟୁ କୁ ୧୩ ଦିନ ବିତି ଯାଇଥିଲେ ବି ଏବେବି ପୋଲିସ୍ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜାଣିପାରୁନାହିଁ । ଏଭଳି ସ୍ଥିତିରେ ଗଜପତି ପୋଲିସ୍ ର ତଦନ୍ତ ପ୍ରକ୍ରିୟା ଉପରେ ବି ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ପରିବାର ଲୋକ । ଜାଣିଶୁଣି ତଦନ୍ତଙ୍କୁ ବାଟବଣା କରିବାର ପ୍ରୟାସ ଜାରି ରହିଛି ବୋଲି ସୌମ୍ୟଙ୍କ ଓକିଲ ବି ସଫା ସଫା ମତ ଦେଇଛନ୍ତି । ଯାହାକୁ ନେଇ ଏବେ ପୋଲିସ୍ ହୁଏତ ଟ୍ର‌୍ୟୁ ଫ୍ୟାକ୍ଟ ବଟ୍ ନୋ କ୍ଲ୍ୟୁ କହି କେସ୍ ଟିକୁ କ୍ଲୋଜ୍ କରିଦେବାର ମଧ୍ୟ ଆଶଙ୍କା ରହିଛି ।

  • Tags:

Subscribe

National International State Sports Entertainment