ବଢିବାରେ ଲାଗିଛି ସବୁଜ ଜହର କାରବାର, ଜଙ୍ଗଲରୁ ପୁଣି ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ବାଲିଗୁଡା, ମେ ୨୧(ଖବର ଓଡିଶା): Share story: ରାଜ୍ୟରେ ବଢିବାରେ ଲାଗିଛି ସବୁଜ ଜହର କାରବାର । ଜଙ୍ଗଲରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ବାଲିଗୁଡା ଲଣ୍ଡାଗାଁ ପଞ୍ଚାୟତର କମ୍ବାରକିଆ ଜଙ୍ଗଲରେ ଚାଲାଣ ପାଇଁ ଜଙ୍ଗଲ ମଧ୍ୟରେ ରଖାଯାଇଥିଲା ଗଞ୍ଜେଇ । ତେବେ ବାଲିଗୁଡା ପୋଲିସ ସେଠାରୁ ୯୦୭ କିଲୋ ୬୦୦ ଗ୍ରାମ ଗଞ୍ଜେଇକୁ ଜବତ କରିଛି । ବାଲିଗୁଡା ଏସଡିଓପି ଜି.ଆର ରେଡ୍ଡୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ କୌଣସି ସୁତ୍ରରୁ ଖବର ପାଇଥିଲେ । ପରେ ସେହି ଜଙ୍ଗଲରେ ଚଢାଉ କରିଥିଲେ । ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪୫ ଲକ୍ଷରୁ ଅଧିକ ହେବ ବୋଲି ପୋଲିସ କହିଛି । ତେବେ ଏନେଇ ବାଲିଗୁଡା ଥାନାରେ ମାମଲା ରୁଜୁ ହୋଇଛି । ହେଲେ ଏହି ମାମଲାରେ ପୋଲିସ କାହାକୁ ଗିରଫ କରିନାହିଁ । ଖବର ଓଡ଼ିଶା, Reporter, 20/05/2022